ଅନୁଗୁଳ: ୧୯୯୩ରୁ ଅନୁଗୁଳ ଜିଲ୍ଲା ଗଠନ ହେବା ପରେ ଏହାର ବିଭିନ୍ନ ଦିଗରେ ବିକାଶ ହୋଇଛି ସତ କିନ୍ତୁ ଅନୁଗୁଳବାସୀଙ୍କ ଇପ୍ସିତ ସ୍ବପ୍ନ ପୂରଣ ହେବାକୁ ବହୁ ପଥ ବାକି ଅଛି। ଅନେକ ଜିଲ୍ଲାପାଳ ଆସିଛନ୍ତି। ନିତ୍ୟ ନୈମତ୍ତିକ ଶଗଡ଼ଗୁଳାରେ ଫାଇଲ୍ ଚାଷ କରି ଚାଲିଯାଇଛନ୍ତି। ତେବେ ଜଣେ ଯୁବ ଜିଲ୍ଲାପାଳ ଭାବେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗଦେବାପରେ ଅନୁଗୁଳକୁ ଏକ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ତାଙ୍କର ଅନେକ ପ୍ରସ୍ତାବ ରହିଛି ଏବ˚ ସେ ଏହାକୁ କାର୍ଯ୍ୟକାରୀ କରିବାକୁ ଅଙ୍ଗୀକାରବଦ୍ଧ ଥିବା ପ୍ରତ୍ୟୟ ହେଉଛି। ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା, ଅଭିଯୋଗ ଗ୍ରହଣ ଓ ଶୁଣାଣିର ଅପ୍ଗ୍ରେଡେସନ୍, ସ୍ମାର୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ, ଏବ˚ ସ୍ମାର୍ଟ ସଲିଡ୍ ବେଷ୍ଟ୍ ମ୍ୟାନେଜମେଣ୍ଟ ସାହାଯ୍ୟରେ ସହରକୁ ଏକ ନୂଆ ରୂପ ଦିଆଯିବ ବୋଲି ପ୍ରସ୍ତାବ ରହିଛି। ରାସ୍ତାଘାଟର ଉନ୍ନତି, ଅଟୋମେଟେଡ୍ ଟ୍ରାଫିକ୍ କଣ୍ଟ୍ରୋଲ୍, ଟ୍ରାଫିକ୍ ଏନ୍ଫୋର୍ସମେଣ୍ଟ, ଟ୍ରାଭେଲର ସୂଚନା, ପାର୍କି˚ ବ୍ୟବସ୍ଥାର ଡିଜିଟାଇଜେସନ୍, ଇ-ପେମେଣ୍ଟ, ପାର୍କି କରିବା ଗାଡ଼ିର ସୁରକ୍ଷା, ସହରାଞ୍ଚଳରେ ପ୍ରତିବାରର ଟାଟାବେସ୍ ପ୍ରସ୍ତୁତି, ଜିପିଆର୍ଏସ୍ ସେନସର୍ ନେଟଵାର୍କ ମାଧ୍ୟମରେ ଗାଡ଼ି ଓ ଚାଳକର ଲୋକେସନ୍ ଠାବ କରିବା, ମୋବାଇଲ୍ ଆପ୍ ମାଧ୍ୟମରେ ସଫେଇ କର୍ମଚାରୀଙ୍କୁ ଠାବ କରିବା ଇପେମେଣ୍ଟ ବ୍ୟବସ୍ଥା ଆଦି ଦ୍ବାରା ନଗରପାଳିକାକୁ ସୁସମୃଦ୍ଧି କରାଯିବ। ତେବେ ଅନୁଗୁଳର ଭୌଗୋଳିକ ଅବସ୍ଥିତି ଏବ˚ ୱାର୍ଡ ଗଠନରେ ବସ୍ତିଗୁଡ଼ିକର ଭୂମିକା ଯେଭଳି ରହିଛି ତାକୁ ଦେଖିଲେ ଏକ ସୁନ୍ଦର ଅନୁଗୁଳ ଗଠନ ଶତପ୍ରତିଶତ ହେବା ମୁସ୍କିଲ୍। ଜବରଦଖଲ ସମସ୍ୟା, ଆଇନଗତ ପ୍ରତିବନ୍ଧକ ଜନତା ଓ ଜନପ୍ରତିନିଧି ଉଭୟଙ୍କ ମନୋଭାବ ସ୍ମାର୍ଟ ସିଟି ଗଠନର ବଡ଼ ଅନ୍ତରାୟ ସୃଷ୍ଟି କରିବ। ତେବେ ଦେଖାଯାଉ ଜିଲ୍ଲା ପ୍ରଶାସନର ସ୍ବପ୍ନ କେବେ କେମିତି ଫଳବତୀ ହେଉଛି।
ଅନୁଗୁଳ ପାଇଁ ସ୍ମାର୍ଟ ସିଟି ପରିକଳ୍ପନା: ଏକ ଆହ୍ବାନ
- Post published:January 27, 2021
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Biswaranjan Pattnaik
