ଫାର୍ମ ହାଉସ୍ ଭିତରୁ ଶ୍ରମିକଙ୍କ ଝୁଲନ୍ତା ଶବ ଉଦ୍ଧାର

You are currently viewing ଫାର୍ମ ହାଉସ୍ ଭିତରୁ ଶ୍ରମିକଙ୍କ ଝୁଲନ୍ତା ଶବ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସରେ ଥିବା କେବିଏନ୍ ଫାର୍ମ ହାଉସ୍ ଭିତରୁ ଗୁରୁବାର ଜଣେ ଶ୍ରମିକଙ୍କ ଝୁଲନ୍ତା ଶବକୁ ପୋଲିସ ଜବତ କରିଛି। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ହାୱାଡ଼ା ଜିଲ୍ଲା ଅଞ୍ଚଳର ଶେଖ ମେହବୁବ ଉଦ୍ଦିନ (୨୧)। ସେ ଓ ତାଙ୍କ କକାପୁଅ ଶେଖ ସାପିର ଉଦ୍ଦିନ (୧୮) ଗତ ଅକ୍ଟୋବର ୨ ତାରିଖରୁ ଏହି ଫାର୍ମ ହାଉସରେ କାମ କରୁଥିଲେ।

ପୋଲିସ ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୩ଟା ବେଳେ ସାପିର ଉଦ୍ଦିନ ଉଠି ଦେଖିଲେ ଯେ ମେହବୁବ ଶୋଇବା ସ୍ଥାନରେ ନାହାଁନ୍ତି। ଖୋଜାଖୋଜି କରିବା ପରେ ସେ ଛେଳି ଫାର୍ମ ଭିତରେ ମେହବୁବଙ୍କୁ ନିଜ ଗାମୁଛାରେ ଝୁଲିପଡ଼ିଥିବାର ଦେଖିଥିଲେ। ସେ ଏ ବିଷୟରେ ଫାର୍ମ ମାଲିକଙ୍କୁ ଜଣାଇବା ପରେ ସେ ପୋଲିସକୁ ଖବର ଦେଇଥିଲେ।

ବନ୍ତଳା ପୋଲିସ  ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Share

Leave a Reply