କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧି ମଣ୍ଡଳୀ

You are currently viewing କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଥିଲେ। ଅନୁଗୁଳ ଜିଲ୍ଲାରେ ସମସ୍ତ ପ୍ରକାର ସହାୟକ ଓ ଡାଉନଷ୍ଟିମ୍ ଶିଳ୍ପର ବିକାଶ ଓ ଅନୁଗୁଳ ଶିଳ୍ପୋଦ୍ୟୋଗୀ ମାନଙ୍କୁ ଆର୍ଥିକ ପ୍ରୋତ୍ସୋହନ, ରିହାତି ଦରରେ‌ କଞ୍ଚାମାଲ ଓ ପୁଞ୍ଜି ସହାୟତା ପାଇଁ ଏକ ଶିଳ୍ପ କ୍ଳଷ୍ଟର ସୃଷ୍ଟି କରିବା ପାଇଁ ଏ ଅବସରରେ ଅନୁରୋଧ କରାଯାଇଥିଲା।

ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଚେୟାରମ୍ୟାନ ଅଶୋକ କୁମାର ଜୈନ, ସଭାପତି ଦୀପକ କୁମାର ବର୍ମା, ଉପସଭାପତି ବିକ୍ରମ ଅଗ୍ରୱାଲ , ସାଧାରଣ ସଂପାଦକ ଅଶୋକ କୁମାର ମୋଦୀ, କାର୍ଯ୍ୟବାହୀ ସଂପାଦକ ସେକ୍ ରଫିକ୍, ମୁଖ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ, ମିଡିଆ ସେଲ୍ ଆବାହକ ସୁନିଲ ଅଗ୍ରୱାଲ, ଦୁଃଖବନ୍ଧୁ ସାହୁ, ଜମ୍ବେଶ୍ଵର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply