ଏବେ ସଞ୍ଚୟ ହେବ ପାଣି! ଜଳ ସଂରକ୍ଷଣ ପାଇଁ ଅନୁଗୁଳ ଗସ୍ତରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ

You are currently viewing ଏବେ ସଞ୍ଚୟ ହେବ ପାଣି! ଜଳ ସଂରକ୍ଷଣ ପାଇଁ ଅନୁଗୁଳ ଗସ୍ତରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ

ଅନୁଗୁଳ: ଜିଲ୍ଲାରେ ଦରକାର ଥିବା ଜଳର ସରଂକ୍ଷଣ କିପରି କରାଯାଇପାରିବ ସେ ନେଇ ଭାରତ ସରକାରଙ୍କ ଦୁଇ ଜଣିଆ ପ୍ରତିନିଧି ଦଳ  ଅନୁଗୁଳ ଗସ୍ତ କରିଛନ୍ତି। ଏ ଅବସରରେ ଜଳ ଶକ୍ତି ମିଶନ ନିର୍ଦ୍ଦେଶକ ସଂଜୟ କୁମାର ଜୈନ ଓ ବୈଜ୍ଞାନିକ ଅଙ୍କିତ ବିଶ୍ବକର୍ମା ଜିଲ୍ଲାର ବିଭିନ୍ନ ଜଳ ଉତ୍ସ ଓ ଏହାର ସଂରକ୍ଷଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଗୁରୁବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଳ ସରଂକ୍ଷଣର ବିଭିନ୍ନ ଉପାୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଅମୃତ ସରୋବର ପ୍ରକଳ୍ପର ସ୍ଥାନ ନିରୂପଣ, ଖନନ, ଆଭିମୁଖ୍ୟ, ଏହାର ଉପକାରିତା ଓ ସର୍ବସାଧାରଣଙ୍କ ସହଯୋଗ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ଗୁରୁତ୍ବାରୋପ କରିଥିଲେ।

ଏହି ଟିମ୍ ଆସନ୍ତା ୨ ଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଜଳ ଉତ୍ସ ଓ ଏହାର ସଂରକ୍ଷଣ ସମ୍ପର୍କରେ ବିସ୍ତୃତ ବିବରଣୀ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ। ବୈଠକରେ ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଶିବ ପ୍ରସାଦ ପାଢୀ ଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Share

Leave a Reply