ଅନୁଗୁଳ: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କୃତ ବିଷୟକୁ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି । ହାଇସ୍କୁଲ ସ୍ତରରେ ତୃତୀୟ ଭାଷା ସହିତ ଧନ୍ଦାମୂଳକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରି ପରୋକ୍ଷରେ ସଂସ୍କୃତକୁ ଅବହେଳା କରାଯାଉଛି । ତେଣୁ ସଂସ୍କୃତକୁ ହାଇସ୍କୁଲ ସ୍ତରରେ ବାଧ୍ୟତାମୂଳକ କରାଯିବା ଦାବିରେ ଲୋକଭାଷା ପ୍ରଚାର ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଙ୍ଗଳବାର ପ୍ରଦାନ କରାଯାଇଛି। ସମିତିର ଅନୁଗୁଳ ଶାଖା ସଭାପତି ଡ. ନାରାୟଣ ଚନ୍ଦ୍ର ପଣ୍ଡା, ସମ୍ପାଦକ ଅଧ୍ୟାପକ ଦେବାଶିଷ ଦାଶ, ସଦସ୍ୟ ପଣ୍ଡିତ ଜୟରାମ ମିଶ୍ର, ପ୍ରାଧାପକ ଦିଗମ୍ବର ନନ୍ଦ, ସଂସ୍କୃତ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସୁବ୍ରତ କର, ସଂସ୍କୃତ ଛାତ୍ର ଗଣନାଥ ବାରିକ, ସଦାନନ୍ଦ ବାଘ ପ୍ରମୁଖ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଥିଲେ ।
ଲୋକଭାଷା ପ୍ରଚାର ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
- Post published:April 14, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul