ଗଛକୁ ଭଲ ପାଉଥିବା ମଣିଷଟିଏ ‘ଶଶାଙ୍କ’, ବଗିଚାରେ ଲଗାଇଛନ୍ତି ହଜାରେରୁ ଅଧିକ ଦେଶୀ-ବିଦେଶୀ ଗଛ

You are currently viewing ଗଛକୁ ଭଲ ପାଉଥିବା ମଣିଷଟିଏ ‘ଶଶାଙ୍କ’, ବଗିଚାରେ ଲଗାଇଛନ୍ତି ହଜାରେରୁ ଅଧିକ ଦେଶୀ-ବିଦେଶୀ ଗଛ

ଛେଣ୍ଡିପଦା: ପେସା ସରକାରୀ ଚାକିରି କିନ୍ତୁ ମନଟା ପରା ପ୍ରକୃତି ପାଇଁ ବିକଳ। ସେଥିପାଇଁ ନିଶା ତାଙ୍କର ଗଛ ଲଗାଇବା, ସବୁଜିମା ସୃଷ୍ଟି କରିବା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଗ୍ରାମରେ ରୁହନ୍ତି ଏହି ପ୍ରକୃତି ପ୍ରେମୀ ଶଶାଙ୍କ ଶେଖର ସାହୁ।

ଶଶାଙ୍କ ସରକାରୀ ଚାକିରି କରିଥିଲେ ମଧ୍ୟ ସବୁଜ ବନାନୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନିଜ ଘର ଅଗଣା, ବାଡ଼ି ବଗିଚାରେ ଗଛ ଲଗାଇଛନ୍ତି। ଫୁଲ ବଗିଚା ପାଇଁ ସେ ବାଗଡ଼ିଆ ଓ ଆଖପାଖ ଅଞ୍ଚଳରେ ବେଶ ଜଣାଶୁଣା। ଶଶାଙ୍କ ନିଜ ବଗିଚାରେ ହଜାର ହଜାର ଫୁଲ, ଫଳ, ଶୋ ଗଛ ଲଗାଇଛନ୍ତି। “ନେଚର ପ୍ଲାନେଟ” ନାମକ ତାଙ୍କ ଉଦ୍ୟାନଟି ଲୋକଙ୍କ ପାଖରେ ବେଶ ପରିଚିତ l

ତାଙ୍କ ବଗିଚାରେ ଶହ ଶହ ପ୍ରଜାତିର ଫୁଲ, ଫଳ, ପଦ୍ମ, କଇଁ ଇତ୍ୟାଦିର ଉଭୟ ଆଉଟଡୋର ଓ ଇନଡୋର ଗଛ ରହିଛି। ଆଉ ତା’ସହ ଫୁଟିଛି ପ୍ରାୟ ହଜାରେରୁ ଅଧିକ ଅଡ଼େନିୟମ (ମରୁ ଗୋଲାପ)। ପ୍ରତ୍ୟେକ ଦିନ ଅଫିସ୍ ଛୁଟି ହେବା ପରେ ସେ ଏହି ବଗିଚାର ଯତ୍ନ ନେଇ ଥାନ୍ତି। ଏହି କାମରେ ମା’ ଓ ସହଧର୍ମିଣୀ ତାଙ୍କୁ ବେଶ୍ ସାହାଯ୍ୟ କରିଥାନ୍ତି। ତେବେ ସମସ୍ତେ ଯଦି ଶଶାଙ୍କଙ୍କ ଭଳି ପରିବେଶ ପାଇଁ ଟିକେ ସମୟ ଦିଅନ୍ତେ, ତାହେଲେ ଆଉ ବୋଧେ ପ୍ରଦୂଷଣ ରହନ୍ତା ନାହିଁ।

Share

Leave a Reply