କଦମ ପଡିଆରେ ନିର୍ମାଣ ହେବ ପାଭିଲିଆନ

You are currently viewing କଦମ ପଡିଆରେ ନିର୍ମାଣ ହେବ ପାଭିଲିଆନ

ଅନୁଗୁଳ: ଅନୁଗୁଳ କ୍ରିକେଟ ଆସୋସିଏସନ୍ ଅଧୀନରେ ଥିବା କଦମ ପଡିଆରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ଏକ ଅତ୍ୟାଧୁନିକ ପାଭିଲିଆନ୍ ନିର୍ମାଣ କରାଯିବ।ଏଥିରେ ଡ୍ରେସିଂ ରୁମ୍ ସହ କ୍ରିକେଟ ଦେଖିବାର ସମସ୍ତ ସୁବିଧା ରହିବ।

ଏଥିପାଇଁ ଆଜି ଜିନ୍ଦଲ ସିଏସଆର୍ ବିଭାଗ ମୁଖ୍ୟ ଜୟନ୍ତ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ କଦମ ପଡିଆ ଅନୁଧ୍ୟାନ କରିବାକୁ ଆସିଥିଲେ। ଏହି ଟିମ୍ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିନ୍ଦଲ କ୍ରୀଡା ଅଧିକାରୀ ତାପସ ରଂଜନ ମହାନ୍ତି,କମ୍ପାନୀ ଇଞ୍ଜିନିୟରଙ୍କ ସମେତ ଅନୁଗୁଳ କ୍ରିକେଟ ଆସୋସିଏସନ୍ ର ସଦସ୍ୟ ଶେଖ୍ ରଫିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପାଭିଲିଆନରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି ।

Share

Leave a Reply