ଅନୁଗୁଳ: ଅନୁଗୁଳ ଉପଖଣ୍ତ ବହୁମୁଖୀ ଶୃଙ୍ଖଳା ଟିମ୍ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ ଜାରି ରହିଛି। ପୂର୍ବରୁ ଓଜନ, ସ୍ବଚ୍ଛତା ଓ ଗୁଣବତ୍ତାକୁ ନେଇ ବହୁମୁଖୀ ଶୃଙ୍ଖଳା ଟିମ୍ ଅନୁଗୁଳ ସହରରେ ବିଭିନ୍ନ ପେଟ୍ରୋଲ୍ ପମ୍ପ, ଗ୍ରୋସେରୀ, ମେଡିସିନ୍ ଦୋକାନ, ହୋଟେଲ୍ ଓ ସୁନା ଦୋକାନରେ ଚଢ଼ାଉ କରିଥିଲା। ଅଭିଯୋଗ ପରେ ମଙ୍ଗଳବାର ଏହି ଟିମ୍ ଅନୁଗୁଳ ଓ ବଅଁରପାଳ ରାସ୍ତା ପାର୍ଶ୍ବରେ ଥିବା ଢାବା ଗୁଡ଼ିକରେ ଚଢ଼ାଉ କରିଛି। କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ସହ ଗାନ୍ଧୀମାର୍ଗ ଓ ବସ୍ଷ୍ଟାଣ୍ତରେ ଥିବା ୨ଟି ବିଦେଶୀ ମଦ ଦୋକାନରେ ଥିବା ୨ଟି ବିଦେଶୀ ମଦ ଦୋକାନରେ ଚଢ଼ାଉ କରିଥିଲେ। ମଦର ଅବଧି କେବେ ସରୁଛି, ବ୍ୟବସାୟୀ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ବ୍ରକି କରୁଛନ୍ତି କି, ଏ ନେଇ ଟିମ୍ ପକ୍ଷରୁ ଯାଞ୍ଚ କରାଯାଇଥିଲା। କିଛି ସ୍ଥାନରେ ମଦ ଅବଧି ସରିଥିବା ଦେଖିବାକୁ ମିଳିଥିଲା। ଏହାକୁ ଦୋକାନରୁ ତୁରନ୍ତ ହଟାଇବା ପାଇଁ ମଦ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣାରେ ତୁରଙ୍ଗର ଏକ ହେଟେଲ୍ରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର୍ ହୋଇଯାଇଥିଲା। ଚଢ଼ାଉ ବେଳେ ୧୫ ଲିଟର ଦେଶୀ ମଦ ସହ ୩ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି। ଆସିଷ୍ଟାଣ୍ଟ କଲେକ୍ଟର ଦୋଳଗୋବିନ୍ଦ ସାହୁଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ସୁମନ୍ତ କୁମାର ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ଚିନ୍ମୟ କୁମାର ଦାଶ, ଅବକାରୀ ଇନ୍ସପେକ୍ଟର ଦିଲ୍ଲୀପ କୁମାର ବେହେରାଙ୍କ ସହ ଅନ୍ୟମାନେ ସାମିଲ୍ ଥିଲେ।
ମଦ ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମର ଚଢ଼ାଉ
- Post published:January 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul