ଅନୁଗୁଳ: ବରିଷ୍ଠ ନାଗରିକ ମଞ୍ଚ ରାଣୀଗୋଡା ପକ୍ଷରୁ ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କୁ ସୋମବାର ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ମଂଚର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି କି ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ କିଛି କାର୍ଯ୍ୟ ହେଉନାହିଁ। ସେମାନଙ୍କ ପାଇଁ ଡେ କେଆର ସେଣ୍ଟର୍,ମେଡ଼ିକାଲରେ ସ୍ଵତନ୍ତ୍ର ଓପିଡି,ସହ ବ୍ୟାଙ୍କ୍ ପୋଷ୍ଟ ଅଫିସରେ ସ୍ଵତନ୍ତ୍ର କାଉଣ୍ଟର, ବସ ଟ୍ରେନ ଯାତ୍ରା ସମୟରେ ଭଡ଼ାରେ ରିହାତି ଆଦି ଦାବି ନେଇ ସେମାନେ ଚିଠି ଲେଖିଛନ୍ତି। ସଭାପତି ରାଜକିଶୋର ଦାସ,ସମ୍ପାଦକ ବସନ୍ତ କୁମାର ଦାସ, ତ୍ରେତାନନ୍ଦ ସାମନ୍ତଙ୍କ
ସହ ଅନ୍ୟସଦସ୍ୟ ମାନେ ସ୍ମାରକ ପ୍ରଦାନ କରିଥିଲେ।
ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଧାୟକଙ୍କୁ ସ୍ମାରକ
