ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ଭିଜିଲାନ୍ସ କୋର୍ଟର ପିଅନ ସଞ୍ଜୟ ଜେନା ଦେଖିଲେ କୋର୍ଟ ରୁମ୍ ଭିତରେ ପ୍ରାୟ ଛ’ ଫୁଟ୍ ଲମ୍ବର ଏକ ସାପ ଘୁରି ବୁଲୁଛି। ଖବର ଜଣାପଡିବା ପରେ କୋର୍ଟ ସାରା ହଇଚଇ ସୃଷ୍ଟି ହେଲା। ଭୟରେ ଯିଏ ଯୁଆଡେ ପାରିଲେ ଦୌଡ଼ିଲେ। ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଡକାଗଲା। ସେ ଆସି କୋର୍ଟ ରୁମ୍ ଭିତରୁ ସାପଟିକୁ ଉଦ୍ଧାର କଲେ। ସାପଟି ଢାମଣା ବୋଲି ଜଣା ପଡ଼ିବା ପରେ ପରିସ୍ଥିତି ଶାନ୍ତ ପଡ଼ିଲା ଏହା ପରେ ସାପଟିକୁ ହାଟ ପଡ଼ିଆ ପାଖ ଏକ ନିଛାଟିଆ ସ୍ଥାନରେ ଛାଡି ଦିଆଯାଇଥିଲା।
ଭିଜିଲାନ୍ସ କୋର୍ଟ ରୁମ୍ରୁ ଛ’ ଫୁଟ୍ର ଢ଼ାମଣା ଉଦ୍ଧାର
- Post published:July 29, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul