ସନ୍ତରଣ ପ୍ରତିଯୋଗିତା ଆୟୋଜିତ, ଅଂଶଗ୍ରହଣ କଲେ ୪୨ ବାଳକ ଓ ବାଳିକା

You are currently viewing ସନ୍ତରଣ ପ୍ରତିଯୋଗିତା ଆୟୋଜିତ, ଅଂଶଗ୍ରହଣ କଲେ ୪୨ ବାଳକ ଓ ବାଳିକା

 

ଅନୁଗୁଳ : ଅନୁଗୁଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣଗାରରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାକୁ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାରେ ୪୨ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ବାଳକ ଓ ବାଳିକାଙ୍କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭିକାରୀ ବନ୍ଧୁ ସାହୁ ସାର୍ଟିଫିକେଟ୍ ଏବଂ ମେଡାଲ ପ୍ରଦାନ କରିଥିଲେ। ପ୍ରଶିକ୍ଷକ ଅଞ୍ଜୁ ପରିଡା, ଜୁନିୟର ସନ୍ତରଣ କୋଚ୍ ଶିବ ସୌରଭ ମାହାର ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। କୃତୀ ପ୍ରତିଯୋଗୀ ଆସନ୍ତା ମାସରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।

Share

Leave a Reply