କୁକୁଡ଼ା ଓ ଛେଳି ମଧ୍ୟରେ ନିଆରା ବନ୍ଧୁତା, ଜଣେ ଅନ୍ୟ ଜଣଙ୍କ ବିନା ମୁହୂର୍ତ୍ତେ ବି ରହିପାରେନା

You are currently viewing କୁକୁଡ଼ା ଓ ଛେଳି ମଧ୍ୟରେ ନିଆରା ବନ୍ଧୁତା, ଜଣେ ଅନ୍ୟ ଜଣଙ୍କ ବିନା ମୁହୂର୍ତ୍ତେ ବି ରହିପାରେନା

 

ଅନୁଗୁଳ: ବନ୍ଧୁତା ଏମିତି ଏକ ସମ୍ପର୍କ ଯାହା ଦେଖେନି ଜାତି ଗୋତ୍ର କି ଧନୀ ଗରିବ। କିଏ ବି କାହା ସହ ବନ୍ଧୁତା କରିପାରେ। କେବଳ ମଣିଷ ନୁହେଁ ଜୀବଜନ୍ତୁଙ୍କ ଠାରେ ମଧ୍ୟ ଏହି ଅନାବିଳ ସମ୍ପର୍କ ଦେଖିବାକୁ ମିଳେ। ସେମାନେ ବି ବୁଝନ୍ତି ପରସ୍ପରର ମନକୁ। ଆଉ ପଢ଼ିପାରନ୍ତି ବନ୍ଧୁର ହୃଦୟକୁ। ସେମିତି ବନ୍ଧୁତା ରହିଛି ଏକ କୁକୁଡ଼ା ଓ ଛେଳି ମଧ୍ୟରେ। ଆଉ ଦୁହେଁ ହେଉଛନ୍ତି ପରସ୍ପରର ପ୍ରିୟ ବନ୍ଧୁ। ଏକାଠି ଖାଆନ୍ତି, ଏକାଠି ଶୁଅନ୍ତି, ଏକାଠି ବୁଲନ୍ତି। ଜଣେ ଆଉ ଜଣଙ୍କ ବିନା ମୁହୂର୍ତ୍ତେ ବି ରହିପାରେନି।

ଅନୁଗୁଳ ଜିଲ୍ଲା ସରଧାପୁର ଗାଁରୁ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ। ଏମାନଙ୍କର ମାଲିକ ହେଉଛନ୍ତି ପ୍ରତାପ ନାୟକ। ଦୁହିଁଙ୍କ ବନ୍ଧୁତାକୁ ସମ୍ମାନ ଦେଇ ମାଲିକ ପ୍ରତାପ ବି କେବେ ଦୁହିଁଙ୍କୁ ଅଲଗା କରିବାକୁ ଚେଷ୍ଟା କରି ନାହାନ୍ତି। ଦୁହିଁଙ୍କୁ ଏକାଠି ଖାଇବାକୁ ଦିଅନ୍ତି ଆଉ ଏକାଠି ରହିବାକୁ ମଧ୍ୟ ଦିଅନ୍ତି। ଏହି କୁକୁଡ଼ା ଆଉ ଛେଳି ମଧ୍ୟରେ ଏମିତି ନିବିଡ଼ତା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share

Leave a Reply