ଅନୁଗୁଳ: ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗ୍ରାମ କେଳା ସାହି ବାସିନ୍ଦା ଦୀର୍ଘ ବର୍ଷ ହେବ ବିନା ବିଦ୍ୟୁତରେ କାଳାତିପାତ କରିଆସୁଛନ୍ତି।
ସୂଚନାଯୋଗ୍ୟ ଯେ କେଳା ସାହିରେ ପ୍ରାୟ ପନ୍ଦର ବର୍ଷ ହେଲା ଶହେ ପରିବାର ବସବାସ କରିଆସୁଛନ୍ତି। କିନ୍ତୁ ଏହି ଲୋକମାନେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଟିକେ ପାଇ ପାରୁନାହାନ୍ତି। କିଛି ଦିନ ହେଲା ବିଦ୍ୟୁତ୍ ସଂଯୋଗ ପାଇଁ ବିଦ୍ୟୁତ୍ ଖୁଣ୍ଟ ପଡ଼ିଥିଲେ ମଧ୍ୟ ସ୍ଥାନୀୟ କିଛି ଖଳ ପ୍ରକୃତିର ଲୋକ ଏହାକୁ ବିରୋଧ କରି କାର୍ଯ୍ୟ କରିଦେଉ ନଥିବା, କେଳା ସାହିବାସୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ପିଣ୍ଟୁ ବେହେରା ନାମକ ଜଣେ ବ୍ୟକ୍ତି ନିଜ କୁକୁଡ଼ା ଫାର୍ମକୁ ପ୍ରଥମେ ବିଦ୍ୟୁତ୍ ସଂଯୋଗ କରିବା ପରେ ସେମାନଙ୍କୁ ବିଦ୍ୟୁତ୍ ଦିଆଯିବ ବୋଲି କାମ ବନ୍ଦ କରିଛନ୍ତି ବୋଲି କେଳା ସାହିବାସୀ ଅଭିଯୋଗ କରିଛନ୍ତି।
ଏ ନେଇ ବନ୍ତଳା ସେକସନର ଜେଇଙ୍କୁ ପଚାରିବାରୁ କିଛି ଖଳ ପ୍ରକୃତିର ଲୋକ ବିରୋଧ କରୁଥିବାରୁ କାମ ହୋଇପାରୁନଥିବା କହିଛନ୍ତି।