ବିଦ୍ୟୁତ ଆଘାତରେ ଯୁବକ ଗୁରୁତର

You are currently viewing ବିଦ୍ୟୁତ ଆଘାତରେ ଯୁବକ ଗୁରୁତର

ଅନୁଗୁଳ: ଅନୁଗୁଳ ସହର ଲକ୍ଷ୍ମୀ ବଜାର ଅଞ୍ଚଳରେ ଗୁରୁବାର ସକାଳେ ଜଣେ ଯୁବକ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ଅଳଙ୍କାର ଦୋକାନର ନବୀକରଣ ପାଇଁ ଏସିପି ସିଟ ଲଗାଯାଉଥିଲା। କଟକର ଏକ ଠିକା ସଂସ୍ଥା ଏହି କାର୍ଯ୍ୟ କରୁଥିଲା। ତେବେ ଏସିପି ସିଟଟି ନିକଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫରମର ସଂସ୍ପର୍ଷରେ ଆସିଥିଲା। ଫଳରେ ଏସିପି ଲଗାଉଥିବା ଆୟନ ଅନସାରି ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Share

Leave a Reply