ଆଜି ଜମିଲା ଅସଲ ଛାଡଖାଇ ବେପାର

0

ଅନୁଗୁଳ: ଧର୍ମର ମାସ କାର୍ତ୍ତିକ ଶେଷ ହେବାପରେ ଶନିବାର ଥିଲା ଛାଡ଼ଖାଇ।ଶନିବାର ମାଡ଼ ଖାଇଲା ଛାଡ଼ଖାଇ। ଅଧିକାଂଶ ଲୋକ ଶନିବାର ଆମିଷ ଖାଉ ନ ଥିବାରୁ ବଜାର ଖାଁ ଖାଁ ଥିଲା। ରବିବାର ହେବ ପ୍ରକୃତ ଛାଡ଼ଖାଇ। ଏଥିପାଇଁ ଆମିଷ ବଜାରରେ ଭିଡ଼ ଜମିଛି। ଅନୁଗୁଳ ମାଛ ମାର୍କେଟ, କଲେଜ ଛକ, ତୁରଙ୍ଗ, ଅମଲା ପଡା ଆଦି ସ୍ଥାନରେ ଥିବା ମାଛ-ମାଂଶ ଦୋକାନରେ ଆଜି ସକାଳୁ ଆମିଷ ପ୍ରିୟ ଲୋକଙ୍କ ଭିଡ ଜମିଛି। ରବିବାର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁର, ଇଲିସି, ଚିଙ୍ଗୁଡି,ଭେକଟି ମାଛର ଚାହିଦା ଅଧିକ ରହିଛି ।ଭାକୁର ଓ ରୋହି ୧୮୦ ରୁ ୨୫୦ରେ ବିକ୍ରି ହେଉଥିବା ବେଳେ ଇଲିସି ଦରରେ ରେକର୍ଡ ପର କରି କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି।

Leave A Reply

Your email address will not be published.

error: Content is protected !!