ଏବେ ଯାଏଁ ମିଳିନି ଜମିଗୃହ ଅଧିକରଣ ଟଙ୍କା, ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମାହୂତି ଚେତାବନୀ ଦେଲେ ସ୍ବାମୀହରା ମହିଳା

0

ଅନୁଗୁଳ: ଅନୁଗୁଳରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଜମିଗୃହ ଅଧିକରଣ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ଟଙ୍କା ମିଳିନଥିବା ନେଇ ଅଭିଯୋଗ କରିଛନ୍ତି ମହିଳା। ଏଭଳି ଅଭିଯୋଗ ଆଣିଛନ୍ତି ଅନୁଗୁଳ ଜିଲ୍ଲା ଟିକରପଡା ପଞ୍ଚାୟତ କଟରାଙ୍ଗ ଗ୍ରାମର ମମତା ପ୍ରଧାନ।

ତାଙ୍କ ଅଭିଯୋଗ ମୁତାବକ, ୨୦୨୧ ମସିହାରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ବିସ୍ଥାପନ ହେଇଥିବା ୧୨୦ ପରିବାରରୁ ୩୦ ପରିବାର ସରକାରଙ୍କ ପ୍ୟାକେଜରୁ ବଞ୍ଚିତ ଅଛନ୍ତି। ମମତା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ନାମରେ ଥିବା ୪ ଏକର ଜମିକୁ ସରକାର ଅଧିଗ୍ରହଣ କରିଛନ୍ତି। କିନ୍ତୁ ଆଜି ଯାଏଁ ସରକାର ଧାର୍ଯ୍ୟ କରିଥିବା ଟଙ୍କା ତାଙ୍କୁ ଦିଆଯାଇନାହିଁ। ପୂର୍ବରୁ ଥିବା ଜିଲ୍ଲା ଅଧିକାରୀ ତାଙ୍କୁ ବହୁତ ହଇରାଣ କରିଛନ୍ତି। ତାଙ୍କ ଆଧାର କାର୍ଡ, ବାସସ୍ଥାନ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର ଥାଇ ମଧ୍ୟ ସେ ସେଠିକାର ବାସିନ୍ଦା ନୁହେଁ କହି ତାଙ୍କୁ ଟଙ୍କା ଦିଆଯାଉନ ଥିବା ସେ ଅଭିଯୋଗ କରିଛନ୍ତି।

ଜଣେ ବିଧବା ମହିଳା ଓ ତାଙ୍କ ୨ ଜଣ ଛୋଟ ଛୁଆ ସହିତ ଏକ ଚାଳ ଘରେ ରହୁଥିବା ମମତା ପ୍ରଧାନଙ୍କ ଘର ଭାଙ୍ଗିଦେଇଥିବା ପରେ ସେ ଏବେ ବାସହରା ହୋଇଯାଇଛନ୍ତି, ଆଜି କୋଉଠି କାଲି କୋଉଠି ରହି ଦିନ କାଟୁଛନ୍ତି। ବାହାରେ ଖଟି ପରିବାର ଚଳାଉଛନ୍ତି, କିନ୍ତୁ ଜମି ଦେଇ ଟଙ୍କା ନ ପାଇବା ତାଙ୍କୁ ବୋଝ ଉପରେ ଲଳିତା ବିଡ଼ା ପରି ହୋଇଛି।

ତେବେ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଅଭିଯୋଗ କରିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ଶୁଣି ୧୫ ଦିନ ଭିତରେ ଏହାର ସମାଧାନ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କୁ କହିଛନ୍ତି। ଏହାର ସମାଧାନ ନ କଲେ ମମତା ପ୍ରଧାନ ଓ ତାଙ୍କ ପରିବାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମାହୂତି ଦେବେ ବୋଲି ମମତା ପ୍ରଧାନ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!