୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଅବସର କାଳିନ ସମ୍ବର୍ଦ୍ଧନା

You are currently viewing ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଅବସର କାଳିନ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲାର ୬୬୨ ବର୍ଗ କଲେଜ ସଂଘ ତରଫରୁ ବିଭିନ୍ନ ସମୟରେ ଅବସର ଗ୍ରହଣ କରିଥିବା ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ପାଇଁ ଏକ ବିଦୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଶାନ୍ତନୁ ସର ଯୋଗଦେଇ ଅବସର ଗ୍ରହଣ କରିଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ପେନସନ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାର ଏହା ତୁରନ୍ତ ପୁରଣ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ।

ଏହି ଉତ୍ସବରେ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରା ଯାଇଥିଲା। ମଞ୍ଚ ଉପରେ ଆସନ ଗ୍ରହଣ କରିଥିଲେ ଅନୁଗୋଳ ଜିଲ୍ଲା ୬୬୨ ବର୍ଗ ଶିକ୍ଷକ ସଂଘର ସଭାପତି ପ୍ରଭାତ କୁମାର ସିହ୍ମା, ସମ୍ପାଦକ ନରେନ୍ଦ୍ର କୁମାର ପାଇକରାୟ,ଉପ ସଭାପତି ପ୍ରବୀଣ କୁମାର ସାହୁ,ସହ ସମ୍ପାଦକ ଶରତ କୁମାର ସାହୁ,ରାଜ୍ୟ ସଂଯୋଜକ ଇନ୍ଦ୍ର ମଣି ସାହୁ, କୋଷାଧ୍ୟକ୍ଷ ବୈରାଗି ଚରଣ ମହାରଣା,ପ୍ରଶାନ୍ତ କୁମାର ମାଝୀ ଓ ଅବସର ପ୍ରାପ୍ତ ବରିଷ୍ଠ ଅଧ୍ୟାପକ ପ୍ରଦୀପ କୁମାର ଦାଶ। ଅବସର ପ୍ରାପ୍ତ କର୍ମଚାରୀ ମାନେ ଯେହେତୁ ଅବସର କାଳିନ ସୁବିଧା ଅର୍ଥାତ୍ ପେନସନ ପାଇ ନଥିବାରୁ ଅତିଥି ମାନେ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସରକାର ଯଥାଶୀଘ୍ର ସେମାନଙ୍କୁ ପେନସନ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ କଲେଜରୁ ଆସିଥିବା ୩୭ ଜଣ କର୍ମଚାରୀଙ୍କୁ ଉପଢୌକନ,ପୁଷ୍ପ ଗୁଛ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମାଝୀ ଧନ୍ୟବାଦ୍ ଦେଇଥିଲେ।

Share

Leave a Reply