ଅନୁଗୁଳ: ବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଗାମ୍ବର ପ୍ରଧାନଙ୍କ ସୋମବାର ସୁସୁଡା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ,ତାଳଚେର ଯୁବରାଜ ହାଇସ୍କୁଲ ଓ ଛେଣ୍ଡିପଦା ସିଟି ସ୍କୁଲ ର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ଜଣେ ଆଦର୍ଶ ଏବଂ ଛାତ୍ରବତ୍ସଳ ଶିକ୍ଷକ ଭାବେ ଦିଗାମ୍ବର ସାର ବେଶ ପରିଚିତି ଥିଲେ। ମୃତ୍ୟୁବେଳକୁ ପୁତ୍ର ଦୀପକ,ଦିବେଶ ଓ ଦିଲୀପ ପ୍ରଧାନ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ଜ୍ୟେଷ୍ଠ ପୁତ୍ର ଦୀପକ ପ୍ରଧାନ ମୁଖାଗ୍ନି ଦେଇଥିଲେ ।
ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ
- Post published:December 6, 2021
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Biswaranjan Pattnaik

Tags: Angul