ଅନୁଗୁଳରେ ରାଜ୍ୟର ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର “ଅବିକା କ୍ୟାଲେଣ୍ଡର”ର ସିଜିନ-୫ ଅଡିସନ ଆୟୋଜିତ

You are currently viewing ଅନୁଗୁଳରେ ରାଜ୍ୟର ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର “ଅବିକା କ୍ୟାଲେଣ୍ଡର”ର ସିଜିନ-୫ ଅଡିସନ ଆୟୋଜିତ

ଅନୁଗୁଳ : ରାଜ୍ୟର ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର “ଅବିକା କ୍ୟାଲେଣ୍ଡର” ର ଅଡିସନ ସିଜିନ-୫ ଅନୁଗୁଳ ଜିଲ୍ଲା ବୋଷ ଡାନ୍ସ ଏକାଡେମୀ ପରିସରରେ ଗତ ରବିବାର ଆୟୋଜିତ ହୋଇଛି। ଅନୁଗୁଳ ଅଡିସନରେ ଅବିକା ୨୦୨୧ କ୍ୟାଲେଣ୍ଡରର “ଫେସ୍ ଅଫ୍ ଦି ମନ୍ଥ୍” ଚିତ୍ରକର ଫିର୍ଦୋଷି ତବସୁମ, ସେଲିବ୍ରିଟି ମଡେଲ ଗୋପୁ ଗୋଜ୍ ଏବଂ ଅବିକାର ନିର୍ଦ୍ଦେଶକ ଅବିନାଶ ସାହୁ ଜୁରୀ ଏବଂ ଅତିଥି ଭାବେ ଯୋଗଦେଇଥିଲେ। ଅନୁଗୁଳ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଯୋଗୀ ଏହି ଅଡିସନରେ ଅଂଶଗ୍ରହଣ କରିଥିଲେ।

ଓଡ଼ିଶାର ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଅବିକାର ଏହିପରି ନୂଆ ନୂଆ ପ୍ରୟାସ ଜାରିରହିବ ବୋଲି ସଂସ୍ଥାର ନିର୍ଦ୍ଦେଶକ ଅବିନାଶ ସାହୁ କହିଛନ୍ତି। ଏ ଅବସରରେ ଅତିଥିଙ୍କୁ ମୟୂର ଚନ୍ଦ୍ରିକା ଏବଂ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ, ସୁଶୀଲ, ଋତୁ, ଲେଭିଶ୍ମିତା, ସତ୍ୟପ୍ରିୟ, ମାନସ ପ୍ରମୁଖ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାର ଏବଂ ବାନ୍ଧକାରଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମସିହାରୁ ଅବିକା ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର-“ଅବିକା କ୍ୟାଲେଣ୍ଡର” ପ୍ରସ୍ତୁତ କରିଆସୁଛି।

Share

Leave a Reply