ମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ଘଟଣା, ସିନ ରିକ୍ରିଏସନ୍ କଲେ ଗିରଫ ଅଭିଯୁକ୍ତ

You are currently viewing ମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ଘଟଣା, ସିନ ରିକ୍ରିଏସନ୍ କଲେ ଗିରଫ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ହୋଇଥିବା ନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଚୋରି ଅଭିଯୋଗରେ ଲିଫ୍ଟ ଅପରେଟରକୁ ପୋଲିସ ଗିରଫ କରିଛି। ଶନିବାର ଲିଫ୍ଟ ଅପରେଟର କ୍ରାଇମସିନ ରିକ୍ରିଏସନ କରିଛି।

ସୂଚନା ମୁତାବକ, ହସ୍ପିଟାଲର କମ୍ପ୍ରେସର ଚୋରି ହୋଇଥିଲେ ମଧ୍ୟ କାହା ପାଖରେ ଖବର ନଥିଲା। ଚକ୍ଷୁ ବିଭାଗରେ ଗତ ସେପ୍ଟେମ୍ବର ୨୩ ତାରିଖ ସକାଳ ସମୟରେ ଲାଗିଥିବା ଦୁଇଟି ଏସି କମ୍ପ୍ରେସର ଚୋରି ହୋଇଥିବା ନେଇ ଚକ୍ଷୁ ବିଭାଗ କର୍ମଚାରୀ ଜାଣିପାରି ଚକ୍ଷୁ ବିଭାଗର ଡାକ୍ତର୍ ପରମେଶ୍ୱର ଜେନାଙ୍କୁ ଜଣାଇଥିଲେ। ଏନେଇ ଡାକ୍ତର ଜେନା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ମୁଖ୍ୟ ଚିକିତ୍ସାଳୟର ଜଣେ ଲିଫ୍ଟ୍ ଅପରେଟରକୁ ଗିରଫ କରିଥିଲା। ପରେ ସେ ସବୁ ସତ ମାନିଯାଇଥିଲା।

ଶନିବାର ସନ୍ଧ୍ୟାରେ ଚକ୍ଷୁ ବିଭାଗକୁ ଯାଇ ଅଭିଯୁକ୍ତଙ୍କୁ ନେଇ କିପରି ଚୋରି କରିଥିଲେ ପୋଲିସକୁ ଦେଖାଇଲେ। ଲିଫ୍ଟ୍ ଅପରେଟର ନିଜେ ଓ ଜଣେ ଏସି ମିସ୍ତ୍ରୀ ଏବଂ ସାଙ୍ଗକୁ ଡାକି ଚୋରି କରିଥିବା ସ୍ୱୀକାର କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଅଧିକ ପଚରାଉଚରା ଜାରି ରଖିଥିବା ଜଣାଯାଇଛି।

Share

Leave a Reply