ଭାରସାମ୍ୟ ହରାଇ ୮୦ ଫୁଟ ତଳକୁ ଖସିଲା କାର: ଫାଟିଲା ସ୍ତ୍ରୀଙ୍କ ମୁଣ୍ଡ, ବର୍ତ୍ତିଗଲେ ସ୍ୱାମୀ

You are currently viewing ଭାରସାମ୍ୟ ହରାଇ ୮୦ ଫୁଟ ତଳକୁ ଖସିଲା କାର: ଫାଟିଲା ସ୍ତ୍ରୀଙ୍କ ମୁଣ୍ଡ, ବର୍ତ୍ତିଗଲେ ସ୍ୱାମୀ

ଅନୁଗୁଳ: ଭାରସାମ୍ୟ ହରାଇ ୮୦ ଫୁଟ ତଳକୁ ଖସିଲା କାର। ଦୁର୍ଘଟଣାରେ ମହିଳା ଗୁରୁତର। ଆଜି ଅନୁଗୁଳ ଜିଲ୍ଲା ତାଳଚେର ସହରର ସମଲ ଟିପୋ ସାହି ଠାରେ ଏହି କାର ଦୁର୍ଘଟଣା ଘଟିଛି। କାରରେ ଏକ ଦମ୍ପତି ଥିଲେ।

ତେବେ ଦୁର୍ଘଟଣାରେ ମହିଳାଙ୍କର ମୁଣ୍ଡ ଫାଟି ଯାଇଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ଲିନିକରେ ପ୍ରାଥମିକ ଚିକିତ୍ସା କରାଇ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଖବର ପାଇ ଘଟଣାସ୍ଥଳରେ ସମଲ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ, ବାହାଘର ଭୋଜି ଖାଇ ତାଳଚେରରୁ କଣିହାଁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Share

Leave a Reply