ଟାଟା ଷ୍ଟିଲରେ ଦୁର୍ଘଟଣା ପ୍ରସଙ୍ଗ: ଉଚ୍ଚସ୍ତରୀୟ ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ପାଇଁ ଭୂଷଣ ଷ୍ଟିଲ ୱାକର୍ସ ୟୁନିଅନର ଦାବି

You are currently viewing ଟାଟା ଷ୍ଟିଲରେ ଦୁର୍ଘଟଣା ପ୍ରସଙ୍ଗ: ଉଚ୍ଚସ୍ତରୀୟ ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ପାଇଁ ଭୂଷଣ ଷ୍ଟିଲ ୱାକର୍ସ ୟୁନିଅନର ଦାବି

ବଅଁରପାଳ: ସ୍ଥାନୀୟ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାକୁ ନେଇ ଭୂଷଣ ଷ୍ଟିଲ ୱାକର୍ସ ୟୁନିଅନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଏକ ମନୁଷ୍ୟକୃତ ଦୁର୍ଘଟଣା ବୋଲି ୟୁନିଅନ କହିବା ସହ ଏଥିପାଇଁ ଦାୟୀ ଟାଟା ଷ୍ଟିଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଂଘ ପକ୍ଷରୁ ଦାବି କରାଯାଇଛି।

ସୂଚନାଯୋଗ୍ୟ ଯେ ଏକ ବଡ଼ ଦୁର୍ଘଟଣା ଘଟିଥିଲେ ମଧ୍ୟ ତାହାର ବୈଷୟିକ ଯାଞ୍ଚ ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଏହି ଦୁର୍ଘଟଣାର ନ୍ୟାୟିକ ଯାଞ୍ଚ କରାଯିବା ସହ ଦୁର୍ଘଟଣା ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ୟୁନିଅନ ଦାବି କରିଛି। ମୃତ ଶ୍ରମିକଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଏବଂ ଆହତ ଶ୍ରମିକଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ଟାଟା ଷ୍ଟିଲ କର୍ତ୍ତୃପକ୍ଷ ବହନ କରିବାକୁ ସଂଘର ସଭାପତି ଅରେନ୍ ପାଣି ଓ ସାଧାରଣ ସଂପାଦକ କିଶୋର ଚନ୍ଦ୍ର ରଥ ଦାବି କରିଛନ୍ତି।

Share

Leave a Reply