ଅନୁଗୁଳ: ପ୍ରବଳ ଭିଡ଼ ପାଇଁ କାରକୁ ପଛରୁ ପିଟିଲା ଟ୍ରକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ। ଆଜି ମଧ୍ୟାହ୍ନରେ ରାଜ ହୋଟେଲ ଛକରୁ ତୁରଙ୍ଗ ପର୍ଯ୍ୟନ୍ତ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ହଠାତ ପୋଲିସ ଟ୍ରେନିଂ କଲେଜ ଫାଟକ ସାମ୍ନାରେ ଆଗ ଗାଡ଼ିଗୁଡିକ ଅଟକି ଯାଇଥିଲା। ଫଳରେ ବାଲାନ୍ସ ହରାଇ ଗୋଟିଏ ବଡ଼ ଟ୍ରକ ବ୍ରେକ ମାରୁ ମାରୁ ଆଗରେ ଥିବା କାରକୁ ପିଟି ଦେଇଥିଲା। ପରେ କାର ଚାଳକ ସନ୍ତୁଳନ ହରାଇ ତାଙ୍କ ସାମ୍ନାରେ ଥିବା କାରର ପଛରେ ପିଟି ହୋଇ ଯାଇଥିଲେ। ଫଳରେ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଅବଶ୍ୟ ପୋଲିସର ହସ୍ତକ୍ଷେପ ପରେ ମାମଲା ନିୟନ୍ତ୍ରଣକୁ ଆସିଥିଲା।
ଅସମ୍ଭବ ଭିଡ଼ ! ପଛରୁ ଟ୍ରକ ପିଟି ଦେବାରୁ ସାମ୍ନା କାରକୁ ଧକ୍କା ଦେଲା କାର, ସ୍ଥିତି ଅସମ୍ଭାଳ
- Post published:January 8, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
Tags: Angul


