ଦୁର୍ଘଟଣା ପ୍ରବଣ ଗୋପବନ୍ଧୁ ଛକ:ଟ୍ରାଫିକ ବ୍ୟବସ୍ଥା ଦାବି

You are currently viewing ଦୁର୍ଘଟଣା ପ୍ରବଣ ଗୋପବନ୍ଧୁ ଛକ:ଟ୍ରାଫିକ ବ୍ୟବସ୍ଥା ଦାବି

ଅନୁଗୁଳ: ଅନୁଗୁଳ ସହର ବାଳିକା ଉଚ୍ଚ ବିଦ୍ୟାଳୟରୁ ନନ୍ ଭେଜ ମାର୍କେଟ ଏବଂ ବସ ଷ୍ଟାଣ୍ଡ ରାଜା ଛକ ରୁ ଡିଆଇସି ଛକ ରାସ୍ତାର ମଝିରେ ରହିଛି ଗୋପବନ୍ଧୁ ଛକ। ଏହି ଚାରି ଛକର ଚାରି ପଟକୁ ବିଭିନ୍ନ ଉଠା ଦୋକାନୀ କବ୍ଜା କରି ନିଜ ପସରା ମେଲାଇ ପରିବା, ଚା’, ଜଳଖିଆ, ଗ୍ୟାରେଜ ଆଦି ଖୋଲିଛନ୍ତି। ଵିଶେଷ କରି ବାଇକ, କାର, ଅଟୋ ରିକ୍ସା ଦ୍ରୁତ ଗତିରେ ଗଲାବେଳେ ଏହି ଛକରେ ନିୟନ୍ତ୍ରଣ ହରାଇ ପରସ୍ପର ମଧ୍ୟରେ ଧକ୍କା ହେଉଛି।ଏହି ଛକରେ ଦୁର୍ଘଟଣା ପ୍ରତି ଦୁଇ ତିନି ଦିନରେ ଥରେ ଘଟୁଛି।ଏହି ଛକରେ ପୁଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କରିବାକୁ ସାଧାରଣରେ
ଦାବି ହେଉଛି ।

Share

Leave a Reply