ନିଜ ଘରେ ପଶି ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲା: ଅଭିଯୁକ୍ତ ପୁଅକୁ ୮ ବର୍ଷ ଜେଲ୍

You are currently viewing ନିଜ ଘରେ ପଶି ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲା: ଅଭିଯୁକ୍ତ ପୁଅକୁ ୮ ବର୍ଷ ଜେଲ୍

ଅନୁଗୁଳ: ଏକ ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ସହକାରୀ ଦେୱାନୀ ବିଚାରପତି ସ୍ୱର୍ଣ୍ଣଲତା ନାୟକ ସମସ୍ତ ସାକ୍ଷୀ ଓ ପ୍ରମାଣ ଆଧାରରେ ଆସାମୀ ରଞ୍ଜିତ କୁମାର ସାହୁକୁ ୮ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୦୨୩ ଫେବ୍ରୁଆରି ୨ ତାରିଖ ଦିନ ଏତଲାକାରୀ ବିନୋଦ ଚନ୍ଦ୍ର ସାହୁ ତାଙ୍କ ବଲଣ୍ଡା ସ୍ଥିତ କ୍ୱାର୍ଟର୍ସରେ ଥିବା ସମୟରେ ତାଙ୍କ ନିଜ ପୁଅ ରଞ୍ଜିତ କୁମାର ସାହୁ ଘରେ ଡକାୟତି କରିବା ଉଦ୍ଦେଶ୍ୟରେ ଘରେ ପଶି ଧକ୍କା ଦେବାସହ ତାଙ୍କ ପତ୍ନୀ କୁନି ସାହୁ ଓ ବୋହୂ ସୁଜାତା ସାହୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ବେକରେ ଚୋଟ ମାରି ଘର ଆଲମିରାରୁ ୧୦ ହଜାର ଟଙ୍କା ନେଇ ପକାଇଥିଲା। ପୁଲିସ ଏ ମାମଲାରେ ତଦନ୍ତ କରି ଅଭିଯୁକ୍ତ ରଞ୍ଜିତକୁ ଗିରଫ କରିବା କୋର୍ଟ ଚାଲାଣ କରିଥିଲେ। ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଗିରିଜା ଶଙ୍କର ମିଶ୍ର ପରିଚାଳନା କରିଥିଲେ।

Share

Leave a Reply