ନାବାଳିକାକୁ ଅସଦାଚରଣ: ଅଭିଯୁକ୍ତ ମାମୁଁକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

You are currently viewing ନାବାଳିକାକୁ ଅସଦାଚରଣ: ଅଭିଯୁକ୍ତ ମାମୁଁକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୁକ୍ତ ମାମୁଁ ସୁଦିପ ଓରଫ ଟେଙ୍କାରୁ ଗୋଛାୟତକୁ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ବିରଞ୍ଚି ନାରାୟଣ ଜେନା ୨୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା ବିଧାନ କରିଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ ଦଣ୍ଡ ଭୋଗ କରିବେ। ଏଥିସହିତ ପୀଡ଼ିତାକୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିର୍ଦ୍ଦେଶ ଦିଆଯାଇଛି।

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ଗ୍ରାମର ଏହି ଘଟଣା ଗତ ୧୦.୦୯.୨୦୨୪ରେ ନାବାଳିକାର ବାପାଙ୍କ ଏତେଲା ପରେ ଅନୁଗୁଳ ଥାନାରେ ବିଏନଏସ୍ ଓ ପୋକ୍ସୋ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା। ୯ ଜଣ ସାକ୍ଷୀଙ୍କ ପ୍ରମାଣ ଆଧାରରେ ବୁଧବାର ରାୟ ଘୋଷଣା ହୋଇଛି। ସରକାର ପକ୍ଷରୁ ଆଡ଼ିସନାଲ ପିପି ପ୍ରଦୀପ କୁମାର ଭୁତିଆ ଏହି ମାମଲା ପରିଚାଳନା କରିଥିଲେ।

Share

Leave a Reply