ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଳୁଆକଟା ସ୍ଥିତ କ୍ରିଏଟିଭ୍ ଟେକ୍ନୋ କଲେଜର ଛାତ୍ରଛାତ୍ରୀ ୨୦୨୫ ଶିକ୍ଷାବର୍ଷର କ୍ୟାମ୍ପସ୍ ଚୟନରେ ଅଭୁତପୂର୍ବ ସଫଳତା ପାଇଛନ୍ତି। କଲେଜର ବହୁ ମେଧାବୀ ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀର ଚୟନ ପ୍ରକ୍ରିୟାରେ ଭାଗ ନେଇ ପ୍ଲେସମେଣ୍ଟ ପାଇଛନ୍ତି। ଉଇପ୍ରୋ ଏବଂ ଟିସିଏସ୍ ଭଳି ନାମୀ ଅନ୍ତର୍ଜାତୀୟ କମ୍ପାନୀରେ ୩୫ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। Wipro ରେ ଅନିଶ ଅଶୁତୋଷ ନାୟକ, ଆଦ୍ୟାଶା ସାହୁ, ଚନ୍ଦନ ସ୍ୱାଇଁ, ପ୍ରୀତିପ୍ରଜ୍ଞା ବେହେରା, ଚନ୍ଦ୍ରକାନ୍ତ ମୁଦୁଲି, ପ୍ରୀତମ କୁମାର ବେହେରା, ସୁଶ୍ରୀ ସଙ୍ଗୀତା ପ୍ରଧାନ, ଦେବାଶିଷ ପ୍ରଧାନ, ମୋନାଲିସା ସାହୁ, ରେଶ୍ମାସ୍ମିତା ପ୍ରିୟଦର୍ଶିନୀ, ସୁଶ୍ରୀ ସ୍ମିତା ସ୍ୱାଇଁ, କରଣ କୁମାର ନାୟକ, ଅଭିଷେକ କୁମାର ରାଏ ଚାକିରି ପାଇଛନ୍ତି। ସେହିପରି ଇପ୍ସିତା ସାହୁ, ଋତୁପର୍ଣ୍ଣା ଦେବୀ, ନେନ୍ସି ବିଶ୍ୱାଳ, ଭବାନୀ ଶଙ୍କର ଦାଶ, ସଙ୍ଗୀତା ପ୍ରଧାନ, ପାୟଲ ସାହୁ, ବିଶାଳ ତିୱାରି, ଲକ୍ଷ୍ମୀପ୍ରିୟା ସାହୁ, ନମିତା ରାଣୀ ସାହୁ, ଅନିଶ ଆଶୁତୋଷ ନାୟକ, ଆଦ୍ୟାଶା ସାହୁ, ଅର୍ଚ୍ଚିତା ଧର, ଆଶୁତୋଷ ସାହୁ, ଅଭିଲିପ୍ଷା ପ୍ରଧାନ, ସ୍ୱପ୍ନଜିତ ସାହୁ, ସାନିଆ ନାୟକ, ସନ୍ଧ୍ୟାରାଣୀ ସାହୁ ପ୍ରମୁଖ ଟିସିଏସ୍ କମ୍ପାନୀରେ ଚୟନ ହୋଇଛନ୍ତି। ସେହିଭଳି ଏଲ୍ ଆଣ୍ଡ ଟି, ମାଇଣ୍ଡଟ୍ରି, କଗନିଜେଣ୍ଟ, କ୍ୟାପ୍ ଜେମନି ପ୍ରଭୃତି କମ୍ପାନୀରେ ଅନ୍ୟ ପିଲାଙ୍କ ଚୟନ ପ୍ରକ୍ରିୟା ଚାଲିଛି। ଚାଲୁରହିଅଛି।
ଛାତ୍ରଛାତ୍ରୀଙ୍କର ଏହି ସଫଳତା ପାଇଁ କଲେଜର ଚେୟାରମ୍ୟାନ ଜ୍ଞାନେନ୍ଦ୍ର ସାହୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ନିଯୁକ୍ତି ଅଧିକାରୀ ଭବାନୀ ଶଙ୍କର ସାହୁ, ଅଧ୍ୟକ୍ଷ କୃଷ୍ଣାଶିଷ ମିଶ୍ର, ଏକାଡେମିକ୍ ଡିନ୍ ଇଂ ମନୋଜ କୁମାର ଦାସ ଏବଂ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ଶ୍ରେୟ ଓ ଧନ୍ୟବାଦ ଦେଇଛନ୍ତି।