ଜିଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନିର୍ବାଚନ: ଦ୍ଵିତୀୟ ଥର ପାଇଁ ସଭାପତି ହେଲେ ଦୀପକ ବର୍ମା

You are currently viewing ଜିଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନିର୍ବାଚନ: ଦ୍ଵିତୀୟ ଥର ପାଇଁ ସଭାପତି ହେଲେ ଦୀପକ ବର୍ମା

ଅନୁଗୁଳ: ଅନୁଗୁଳ ଜିଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପୁରୁଣା କମିଟିର କାର୍ଯ୍ୟକାଳ ଶେଷ ହେଉଥିବାରୁ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ପଟନାୟକ ନିର୍ଦ୍ଦେଶରେ ନିର୍ବାଚନ ପାଇଁ ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସଭାପତି ଓ ସମ୍ପାଦକ ପାଇଁ ଯଥା କ୍ରମେ ଦୀପକ କୁମାର ବର୍ମା ଓ ଅଶୋକ କୁମାର ମୋଦି ନାମାଙ୍କନ ଦାଖଲ କରିଥିବାବେଳେ ଏହି ଦୁଇ ପ୍ରାର୍ଥୀଙ୍କ ବିପକ୍ଷରେ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ। ତେଣୁ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ପଟନାୟକ ଦୀପକ ବର୍ମାଙ୍କୁ ସଭାପତି ଓ ଅଶୋକ କୁମାର ମୋଦିଙ୍କୁ ସମ୍ପାଦକ ଭାବେ ଘୋଷଣା କରିଥିଲେ।

ତେବେ ଆସନ୍ତା ଜୁଲାଇ ୧୭ ତାରିଖରେ ନବ ନିର୍ବାଚିତ ସଭ୍ୟ ମାନେ ଶପଥ ଗ୍ରହଣ କରିବେ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଦୁଇ ନୂତନ କର୍ମକର୍ତାଙ୍କୁ ଅନୁଷ୍ଠାନର ଅନ୍ୟ ସଭ୍ୟ ମାନେ ଶୁଭେଚ୍ଛା ଜ୍ଞାପନ କରିଥିଲେ।

Share

Leave a Reply