ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କଲେ ସମସ୍ତ ସଦସ୍ୟ

You are currently viewing ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କଲେ ସମସ୍ତ ସଦସ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ସମସ୍ତ ସଦସ୍ୟ। ଏନେଇ ସମସ୍ତ ସାହାଯ୍ୟ କରିବେ ବୋଲି ସାଂସଦ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

ଯେଉଁ ଜାଗାରେ ଅଫିସ ନିର୍ମାଣ ହେବ ସାଂସଦ ଆସନ୍ତା ୨୬ ତାରିଖ ଦିନ ସେଠାକୁ ପରିଦର୍ଶନ କରିବାକୁ ଆସିବେ ବୋଲି କହିଛନ୍ତି।
ଏ ଅବସରରେ ପ୍ରତିଷ୍ଠାନ ପକ୍ଷରୁ ଆସନ୍ତା ୧୯ ତାରିଖରେ ଆୟୋଜିତ ହେବାକୁ ଥିବା ବିଶାଳ ରକ୍ତ ଦାନ ଶିବିରକୁ ଆସିବା ନିମନ୍ତେ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଏହି ସାକ୍ଷାତ ବେଳେ ଅନୁଷ୍ଠାନର ସଭାପତି ଦୀପକ ବର୍ମା, ପୂର୍ବତନ ସଭାପତି ଅଶୋକ କୁମାର ଜୈନ, ଉପ ସଭାପତି ସେକ୍ ରଫିକ, ବିକ୍ରମ ଅଗ୍ରୱାଲ, କାର୍ଯ୍ୟକାରୀ ସମ୍ପାଦକ ବଜରଙ୍ଗ ଲାଲ ମାଣ୍ଡୋଠିଆ ଓ ଚନ୍ଦ୍ରକାନ୍ତ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply