ପୁଣି ଅନୁଗୁଳ ଝିଅଙ୍କ ଜଲୱା : ଗଣତନ୍ତ୍ର ଦିବସରେ ନାଚିବେ ଆଦୃତାର ଝିଅ

You are currently viewing ପୁଣି ଅନୁଗୁଳ ଝିଅଙ୍କ ଜଲୱା : ଗଣତନ୍ତ୍ର ଦିବସରେ ନାଚିବେ ଆଦୃତାର ଝିଅ

ଅନୁଗୁଳ: ଚଳିତ ବର୍ଷ ନୃତ୍ୟ ନିଳୟର ଓଡିଶୀ ନୃତ୍ୟାଙ୍ଗନା ମାନେ ଗଣତନ୍ତ୍ର ଦିବସରେ ଯେତେବେଳେ ରାଜପଥରେ ନୃତ୍ୟ ପରିବେଷଣ କରିଥିଲେ ସେତେବେଳେ କରତାଳିରେ ଫାଟି ପଡିଥିଲା ପ୍ୟାରେଡ଼ ସ୍ଥଳ। ଆସନ୍ତା ବର୍ଷ ପୁଣି ଅନୁଗୁଳ ଝିଅ କମାଲ ଦେଖାଇବେ। ଅନୁଗୁଳ ଆଦୃତା ଚିଲଡ୍ରେନ ହୋମର ୬ଜଣ ଝିଅ ଜିଲ୍ଲା ସ୍ତରରୁ ଯୋନ ସ୍ତର ଏବଂ ଶେଷରେ ଗତ ୧୯ ଓ ୨୦ ତାରିଖରେ ଦିଲ୍ଲୀର ଜବାହରଲାଲ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଫାଇନାଲ ପ୍ରତିଯୋଗିତା।

ଏକ ଚମତ୍କାର ଲୋକ ନୃତ୍ୟର କୋରିଓଗ୍ରାଫି କରି ବାଜି ମାରି ନେଇଥିଲେ ଆଦୃତାର ଝିଅ। କିଏ ପିତା ମାତାକୁ ହରାଇ ଅଦୃତାରେ ଅଛି କିଏ ପରିବାରର ଅବସ୍ଥା ଖରାପ ହେତୁ ରହିଛି। କିନ୍ତୁ ସବୁ ବାଧା ବିଘ୍ନକୁ ଟାଳି ଏହି ଝିଅ ମାନେ ଯେଭଳି ନିଜ ପ୍ରତିଭାକୁ ପରିସ୍ଫୁଟନ କରିଛନ୍ତି ତାହା ଅନେକଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ। ଆଦୃତା କର୍ତୃପକ୍ଷ ଏ ନେଇ ଏଟିଭିକୁ ସୂଚନା ଦେବା ସହ ବର୍ତମାନ ଦିଲ୍ଲୀରେ ରହିଥିବା ଦଳର ସଦସ୍ୟ ମାନେ ବେଶ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।

Share

Leave a Reply