ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ପୂର୍ବତନ ସୈନିକ ସଂଘ ବା ଏଡ଼ିଭିର ସଦସ୍ୟ ମାନେ ଏଥିରେ ସାମିଲ ହେବାକୁ ଇଚ୍ଛା ପ୍ରକଟ କରିଛନ୍ତି। ଏଡିଭିର ସଭାପତି ଅନିଲ ମହାନ୍ତି ଏକ ପତ୍ର ଲେଖି ଅନୁଗୁଳ ଜିଲ୍ଲାପାଳଙ୍କୁ ଏଥିନେଇ ଅବଗତ କରିଛନ୍ତି। ଶ୍ରୀ ମହାନ୍ତି ଜଣାଇଛନ୍ତି ବନ୍ୟା ବାତ୍ୟା ଭଳି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସେନା କର୍ମଚାରୀଙ୍କ ପୂର୍ବରୁ ଢେର ଅଭିଜ୍ଞତା ରହିଛି। ବାତ୍ୟା ସଚେତନତା କରିବା,ପିଡିତଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳୀରେ ପହଞ୍ଚାଇବା,ଅସ୍ଥାୟୀ ରାସ୍ତା ନିର୍ମାଣ କରିବା,ରିଲିଫ ବଣ୍ଟନରେ ସହାୟତା କରିବା ଆଦି କ୍ଷେତ୍ରରେ ପୂର୍ବତନ ସୈନିକ ମାନେ ଆଗ୍ରହର ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ପ୍ରଶାସନ ଚାହିଁଲେ ସେମାନେ ସହାୟତା ଯୋଗାଇ ଦେବେ ବୋଲି ଶ୍ରୀ ମହାନ୍ତି ଚିଠିରେ ଉଲ୍ଲେଖ କରିଛନ୍ତି।
ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଏଡିଭିର ସହାୟତା ନେବାକୁ ସ୍ମାରକ ଦେଲା ସଂଘ
- Post published:October 28, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul




