ଅନୁଗୁଳ ଜିଲ୍ଲା ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ପାଳିତ

You are currently viewing ଅନୁଗୁଳ ଜିଲ୍ଲା ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏ ଅବସରରେ ବିଜେଡି ସୁସୁଡା ପଞ୍ଚାୟତ ପକ୍ଷରୁ କଲେଜ ଛକ ଠାରେ ଦହି ସରବତ ବିତରଣ କରାଯାଇଥିଲା। ସୁସୁଡା ସମିତି ସଭ୍ୟା, ଚିତ୍ତରଞ୍ଜନ ସେନାପତି ଓ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ପରେ ବାଳୁଅକଟା କ୍ରିଏଟିଭ କଲେଜ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ୧୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ ଶିବିର ପରିଚାଳନା କରିଥିଲେ। ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ଓଡିଶା ମୋ ପରିବାର ସହ ସଂଯୋଜକ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ରେବତୀ ନାଏକ, ଅରୁଣାଭ ସିଂହ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ସରପଞ୍ଚ ବିକାଶ ପ୍ରଧାନ, ଅଜିତ ଦ୍ବିବେଦୀ, ଭାଗିରଥି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଅଦ୍ୱୈତ ପ୍ରସାଦ ସିଂହ ସ୍ମୃତି ପରିଷଦ ଆନୁକୂଲ୍ୟରେ ସଭାଘର ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ, ଖଣି ଓ ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ଃ ନୃସିଂହ ସାହୁ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, ବିଧାୟକ ବ୍ରଜକିଶୋର ପ୍ରଧାନ, ବିଧାୟିକା ସୀମାରାଣୀ ନାଏକ, ବିଧାୟକ ରମେଶ ଚନ୍ଦ୍ର ସାଏ, ବିଧାୟକ ମୁକେଶ ପାଳ ଏବଂ ୧୨୦୦ରୁ ଊର୍ଦ୍ଧ୍ବ ଅଦ୍ୱୈତ ପ୍ରେମୀ ଉପସ୍ଥିତ ଥିଲେ।

Share

Leave a Reply