ଅନୁଗୁଳ: ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ଠିକା ସଫେଇ କର୍ମଚାରୀ। କାମରୁ ନିବୃତ୍ତ ଥିବା ୩ କର୍ମଚାରୀକୁ କାର୍ଯ୍ୟରେ ସାମିଲ କରିବାକୁ ଦାବି କରି ସଫେଇ କାର୍ଯ୍ୟ ବନ୍ଦ କରିଛନ୍ତି । ଏମିତିକି ଥାନା ଘେରାଉ କରି ସେମାନଙ୍କ ପକ୍ଷରୁ ପୌର ଅଧିକାରୀଙ୍କ ବିରୁଦ୍ଧରେ ଦିଆଯାଇଥିବା ଅଭିଯୋଗର ମାମଲା ରୁଜ୍ଜୁ କରିବାକୁ ଦାବି କରିଛନ୍ତି। ଫଳରେ ଅନୁଗୁଳ ସହରରୁ ଶନିବାର ଅଳିଆ ଉଠିନି। ପୌରପାଳିକାର ନିଜ କର୍ମଚାରୀଙ୍କ ଦ୍ୱାରା ଅଳ୍ପ କେତେକ ସ୍ଥାନରୁ ଅଳିଆ ଉଠାଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ଝାଡୁ ବାଜିନି।ଗତ ସୋମବାରଠାରୁ ପୌର ପ୍ରଶାସନ ଓ ସଫେଇ କର୍ମଚାରୀଙ୍କ ମଧ୍ୟରେ ଏହି ବିବାଦ ଆରମ୍ଭ ହୋଇଛି । ଏମିତିକି ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ପାରିନି । ଦୁଇ ଦିନ ସହର ଅସନା ହୋଇ ପଡ଼ିବା ପରେ ବୁଧବାର ସଫେଇ କର୍ମଚାରୀ ପୌର ପ୍ରଶାସନଠାରୁ ଆଶ୍ବାସନା ପାଇ ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ । ମାତ୍ର ଦାବି ପୂରଣ ନହେବାରୁ ସେମାନେ । ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଥାନାରେ ମାମଲା ରୁଜୁ ହୋଇଥିବା ୩ ସଫେଇ କର୍ମଚାରୀଙ୍କ ଉପରୁ କେସ୍ ଉଠାଇବା ସହ ସେମାନଙ୍କୁ କାମରେ ସାମିଲ ନକଲେ ସହରରୁ ଅଳିଆ ଉଠିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ପୁଣି ଆନ୍ଦୋଳନରେ ସଫେଇ କର୍ମଚାରୀ
- Post published:June 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
