ଅନୁଗୁଳ ଷ୍ଟାଡିୟମରେ କୃଷି ଓ ଫୁଲ ପ୍ରଦର୍ଶନୀ

You are currently viewing ଅନୁଗୁଳ ଷ୍ଟାଡିୟମରେ କୃଷି ଓ ଫୁଲ ପ୍ରଦର୍ଶନୀ

ଅନୁଗୁଳ: ଫେବ୍ରୁଆରୀ ୧ ଓ ୨ ତାରିଖ ଦୁଇଦିନ ଧରି ଅନୁଗୁଳ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ଏଗ୍ରି ଏକ୍ସପୋ ଓ ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଯାଇଛି। ସୋମବାର ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଏହାକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଲ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ , ଏସପି ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ। ଏଗ୍ରିକୋ ଏକ୍ସପୋ ଷ୍ଟଲ ଗୁଡିକରେ ଆଧୁନିକ କୃଷି ଯନ୍ତ୍ରପାତି ସାଙ୍ଗକୁ ଉନ୍ନତ ଚାଷ କୌଶଳ,ମୃତ୍ତିକା ସଂରକ୍ଷଣ,ଉଦ୍ୟାନ କୃଷି ନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହେଉଛି। ଫୁଲ ପ୍ରଦର୍ଶନୀରେ ଗେଣ୍ଡୁ, ଗୋଲାପ, ଡାଲିଆ, ସେବତୀଠାରୁ ଆରମ୍ଭ କରି ଅନେକ ଦେଶୀ ବିଦେଶୀ ଫୁଲ ପ୍ରଦର୍ଶିତ ଓ ବିକ୍ରି ହୋଇଥିଲା।

Share

Leave a Reply