ଟ୍ରାଫିକ ଅବ୍ୟବସ୍ଥା ଏବଂ ଆଲୋକିକରଣ ଦାବି ନେଇ ସ୍ମାରକ ଦେଲେ ଆଇନଜୀବି

You are currently viewing ଟ୍ରାଫିକ ଅବ୍ୟବସ୍ଥା ଏବଂ ଆଲୋକିକରଣ ଦାବି ନେଇ ସ୍ମାରକ ଦେଲେ ଆଇନଜୀବି

ଅନୁଗୁଳ: ଅନୁଗୁଳ ସହର ଭିତରେ ଟ୍ରାଫିକ ଅବ୍ୟବସ୍ଥା ନେଇ ଅସନ୍ତୋଷ ଝାଡିଛନ୍ତି ବରିଷ୍ଠ ଆଇନଜୀବୀ। ଏଥିନେଇ ଏକ ଦଳ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସେମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପିଲାଙ୍କ ସ୍କୁଲ ଯିବା ସମୟରେ ଟ୍ରାଫିକ ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି।

ଅନୁଗୁଳ ସହର ଭିତରେ ଶୀମିଳିପଡ଼ା ପାଞ୍ଚ ଛକିଆ, ହେମସୁରପଡ଼ା ଛକ, ଡ଼ିଆଇସି ଛକ, ଅମଲାପଡ଼ା ମସଜିଦ ଛକ ଆଦି ରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଅନେକ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି। ସେହିଭଳି ରାଜ ହୋଟେଲ ଛକରୁ ନୂଆ ବସଷ୍ଟାଣ୍ଡ ରାସ୍ତା ଅଧିକ ସମୟରେ ଅନ୍ଧାର ରହୁଛି। ସହରର ଅନେକ ଜାଗାରେ ରାସ୍ତା ଖୁଣ୍ଟ ବଲଵ ପୋଡ଼ିଗଲେ ସପ୍ତାହ ବ୍ୟାପୀ ଲାଗି ପାରୁନାହିଁ। ସେହିଭଳି ଅନେକ ରାସ୍ତା ଅନ୍ଧାରରେ ରହୁଥିବା ଦେଖିବାକୁ ମିଳୁଛି।

ଏଣୁ ଉନ୍ନତ ଆଲୋକିକରଣ ବ୍ୟବସ୍ଥା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦବି କରାଯାଇଛି। ପ୍ରତିନିଧି ଦଳରେ ଅନୁଗୁଳ ବାରର ପୂର୍ବତନ ସଭାପତି ଜିତେନ୍ଦ୍ର ସାହୁ, ଧର୍ମେନ୍ଦ୍ର ମିଶ୍ର, ଗୋପାଳ ଅଗ୍ରୱାଲ,ବିକାଶ ତ୍ରିପାଠୀ, ଅରବିନ୍ଦ ସାହୁ, ପ୍ରଶାନ୍ତ ବିଶ୍ଵାଳ, ନୀଳକଣ୍ଠ ନାଏକଙ୍କ ସମେତ ବହୁ ଆଇନଜୀବି ସାମିଲ ଥିଲେ ।

Share

Leave a Reply