ଡାକ୍ତରଖାନା ୱାର୍ଡରେ ଲାଗିବ ଏଆର୍‌ ପ୍ୟୁରିଫାୟର ଓ ଫ୍ଲାଏ ରେପିଲେଣ୍ଟ

You are currently viewing ଡାକ୍ତରଖାନା ୱାର୍ଡରେ ଲାଗିବ ଏଆର୍‌ ପ୍ୟୁରିଫାୟର ଓ ଫ୍ଲାଏ ରେପିଲେଣ୍ଟ

ଅନୁଗୁଳ: ଅନୁଗୁଳ ସରକାରୀ ଡାକ୍ତରଖାନାରେ ଡାକ୍ତର ନଥାନ୍ତୁ ପଛେ‌,ୱାର୍ଡର ଚିତ୍ର ଖୁବ୍‌‌ ଶୀଘ୍ର ବଦଳିବାକୁ ଯାଉଛି। ଅବଶ୍ୟ ଏଥିପାଇଁ ଡାକ୍ତରଖାନାର କିଛି ଅବଦାନ ନାହିଁ। ଅନୁଗୁଳ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ଏକ ଘରୋଇ ଉଦ୍ୟୋଗ ତାର ସିଏସ‌୍‌ଆର୍ ପାଣ୍ଠିରୁ ମେଡ଼ିକାଲକୁ ଦାନ କରିଥିବା କିଛି‌ ଉପକରଣ ଏବେ କାମରେ ଲାଗିବ ବୋଲି କୁହାଯାଉଛି।

ଚଳିତ ବର୍ଷ ଉକ୍ତ ସଂସ୍ଥା ପ୍ରାୟ ୧୫ ଲକ୍ଷ ଟଙ୍କାର ବିଭିନ୍ନ ମେଡ଼ିକାଲ ଜିନିଷ‌ ଦାନ କରିଥିବା ଜଣାପଡିଛି। ଏଥିରେ ରହିଛି ଖଟ, ଗଦି, ଷ୍ଟ୍ରେଚର୍, ଚେୟାର,‌ ଆଲମାରୀ, ଷ୍ଟୁଲ, ରୋଗୀଙ୍କୁ ୱାର୍ଡ ନେବା ପାଇଁ ବ୍ୟାଟେରୀ ଗାଡ଼ି ଏବଂ ତା‌ ସାଙ୍ଗକୁ ଏୟାର ପ୍ୟୁରିଫାୟର ଏବଂ ଫ୍ଲାଏ ରେପିଲେଣ୍ଟ। ଏୟାର‌ ପ୍ୟୁରିଫାୟାର ୱାର୍ଡ ଭିତରେ ଥିବା ଧୂଳି ଟାଣି ନେବା ସହ ଏହାର ୟୂଭି ସିଷ୍ଟମ‌ ଜୀବାଣୁକୁ ମାରି ବାୟୁକୁ ବିଶୁଦ୍ଧ କରିବା‌ ଏଣେ ଫ୍ଲାଏ ରେପିଲେନଣ୍ଟ ମଶା ମାଛିଙ୍କୁ ଘଉଡାଇବାରେ ସାହାଯ୍ୟ କରିବ। ଏସବୁ ଦେଖି ଅନେକେ କହୁଛନ୍ତି ୱାର୍ଡ ଆଧୁନିକୀ କରଣ ହେଉ କିନ୍ତୁ ସ୍ବାସ୍ଥ୍ୟ ସେବା ଠିକ୍‌ରେ ମିଳୁ।

Share

Leave a Reply