ସିଏମପିଏଫ ପେନସନ ବୃଦ୍ଧି ଦାବି: ୧୫ ତାରିଖରେ କୋଲକାତାରେ ଧାରଣା

You are currently viewing ସିଏମପିଏଫ ପେନସନ ବୃଦ୍ଧି ଦାବି: ୧୫ ତାରିଖରେ କୋଲକାତାରେ ଧାରଣା

ତାଳଚେର: ଅଲ ଓଡ଼ିଶା କୋଲ ପେନସନରସ୍ ଆସୋସିଏସନ୍ (ଏଆଇସିପିଏସ) ଅନୁଗୁଳ ଜିଲ୍ଲା ତାଳଚେର ଶାଖା ତରଫରୁ ସିଏମପିଏଫ ପେନସନ ବୃଦ୍ଧି ଓ ସ୍ବାସ୍ଥ୍ୟ ସୁବିଧାରେ ତାରତମ୍ୟ ଦୂରୀକରଣ ଦାବିରେ ଆସନ୍ତା ୧୫ ତାରିଖରେ କୋଲକାତାସ୍ଥିତ କୋଲ ଇଣ୍ଡିଆ ମୁଖ୍ୟାଳୟ ଆଗରେ ଦିନିକିଆ ଧାରଣା ଦେବାକୁ ନିଷ୍ପତ୍ତି ହୋଇଛି।

ସଂଘର ସଭାପତି ବିଭୂତି ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ଯେ, ୨୭ ବର୍ଷ ହେଲା ସିଏମପିଏଫ ୧୯୯୮ ଅନୁଯାୟୀ ପେନସନ ସମୀକ୍ଷା ହୋଇନାହିଁ। ସେହିପରି ସିପିଆରଏମଏସ ସ୍କିମ୍‌ରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସୁବିଧାରେ ତାରତମ୍ୟ, ୨୦୧୭ରୁ ଗ୍ରାଚ୍ୟୁଟି ବୃଦ୍ଧି ଓ ୨୦୨୪ରେ ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ ବୃଦ୍ଧିର ଦାବି କରାଯାଇଛି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳୁଥିବା ସ୍ଵଳ୍ପ ପେନସନ ଓ ଅବହେଳା ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି। ସାମ୍ବାଦିକ ସମ୍ମିଳନୀରେ ନିର୍ମଳ ସାହୁ, ବାବୁଲାଲ ଖଣ୍ଡୁଆଳ, ତ୍ରିପୁର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply