ସର୍ବ ଭାରତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମେଳା ଉଦଘାଟିତ, ଜମୁଛି ଲୋକଙ୍କ ଭିଡ଼

You are currently viewing ସର୍ବ ଭାରତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମେଳା ଉଦଘାଟିତ, ଜମୁଛି ଲୋକଙ୍କ ଭିଡ଼

ଅନୁଗୁଳ: ସ୍ଥାନୀୟ ହାଇସ୍କୁଲ ପଡିଆରେ ସର୍ବ ଭାରତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମେଳା ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଯୋଗଦେଇ ମେଳା ଉଦଘାଟନ କରିଛନ୍ତି। ଏ ଅବସରରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ଉପେନ୍ଦ୍ର ଶର୍ମା ଓ ଅନୁଗୁଳ ମହର୍ଷି ଦୟାନନ୍ଦ ସର୍ଭିସ ମିଶନର ସଂଯୋଜକ କଲ୍ୟାଣ କିଶୋର ମହାନ୍ତି ଯୋଗ ଦେଇଥିଲେ।

କରୋନା ପରେ ଏହି ମେଳା ଆୟୋଜିତ ହୋଇଥିବାରୁ ଲୋକଙ୍କ ପ୍ରବଳ ଭିଡ଼ ଜମିଛି। ମେଳାରେ ଶହେରୁ ଊର୍ଦ୍ଧ୍ବ ଷ୍ଟଲ୍ ପଡିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପୋଷାକ, ଘରୋଇ ଉପକରଣ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ହେଉଛି। ଷ୍ଟଲମାନଙ୍କରେ ହାତ ତିଆରି ଭଳି ଭଳିକି ଜିନିଷ, ଲୁଗା, ଡ୍ରେସ ଆଦିର ଆସର ମେଲିଛି।ଲୋକଙ୍କ ମନୋରଞ୍ଜନ ପାଇଁ ମେଳାରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଲୋକ ଆସି ମେଳା ବୁଲିବା ସହ ଘର କରଣା ସାମଗ୍ରୀ କିଣୁଥିବା ଦେଖାଯାଇଛି। ସେମାବାର ଅନୁଷ୍ଠିତ ସଭାକୁ ପ୍ରଫୁଲ୍ଲ ବଗାଡ ପରିଚାଳନା କରିଥିବା ବେଳେ ଲୋକମାନେ ଭରପୂର ମଜା ଉଠାଉଥିବା ଦେଖିବାକୁ ମିଳିଛି।

Share

Leave a Reply