ଆଜିଠୁ ସୁସୁଡ଼ାରେ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ

You are currently viewing ଆଜିଠୁ ସୁସୁଡ଼ାରେ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ

ଅନୁଗୁଳ: ସହର ଉପକଣ୍ଠ ସୁସୁଡ଼ା ନବକୃଷ୍ଣ ଚୌଧୁରୀ ଖେଳ ପଡ଼ିଆରେ ଆଜିଠାରୁ ଆରମ୍ଭ ହେବ ଚତୁର୍ଦ୍ଦଶ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ମୋଟ ୮ଟି ଦଳ ଭାଗ ନେବେ। ସାଇ ଇଲେଭେନ୍ ଭୁବନେଶ୍ୱର, ଏସିସି ଅନୁଗୁଳ, ରାଇଜିଙ୍ଗ୍ ଷ୍ଟୁଡେଣ୍ଟ କଟକ, କେନ୍ଦୁଝର, ୟୁନିଅନ୍ ସ୍ପୋର୍ଟିଙ୍ଗ୍ କଟକ, ବିସିଏ ମୁମ୍ବାଇ, ଏମ୍ଏମ୍‌ସିସି ସମ୍ବଲପୁର, କୋଲକାତାକୁ ନେଇ ଏହି ରୋମାଞ୍ଚକର ଟୁର୍ଣ୍ଣାମେଣ୍ଟ ଖେଳଯିବ। ଚାରି ଦିନ ଧରି ଚାଲିବାକୁ ଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ଓ ଦ୍ଵିତୀୟ ଦିବସ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍ ଯଥାକ୍ରମେ ଅପରାହ୍ନ ୩ଟ ଓ ୬ଟା ୩୦ରେ ଦୁଇ ଦୁଇଟି ମ୍ୟାଚ୍ ଖେଳାଯିବ। ୨୬ ତାରିଖରେ ୨ଟି ଯାକ ସେମିଫାଇନାଲ୍ ଓ ୨୭ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply