ମନ୍ତ୍ରିମଣ୍ଡଳରୁ ଏକକାଳୀନ ଇସ୍ତଫା ଦେଲେ ସବୁ ମନ୍ତ୍ରୀ, ଆସନ୍ତାକାଲି ଶପଥ ନେବେ ନୂଆ ମନ୍ତ୍ରୀ

You are currently viewing ମନ୍ତ୍ରିମଣ୍ଡଳରୁ ଏକକାଳୀନ ଇସ୍ତଫା ଦେଲେ ସବୁ ମନ୍ତ୍ରୀ, ଆସନ୍ତାକାଲି ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ଇତିହାସରେ ପ୍ରଥମ। ରାଜ୍ୟ ମନ୍ତ୍ରିମଣ୍ଡଳ ରୁ ଏକକାଳୀନ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ଥିବା ୨୦ ଜଣ ମନ୍ତ୍ରୀ ନିଜ ପଦବୀ ରୁ ଏକା ସାଙ୍ଗେ ଇସ୍ତଫା ଦେଇଛନ୍ତି। ତେବେ ନୂଆ ମନ୍ତ୍ରୀ ମାନେ ଆସନ୍ତାକାଲି ସକାଳ ୧୧ଟା ୪୫ ମିନିଟ୍ ସମୟରେ ଶପଥ ନେବେ ବୋଲି ଜଣାଯାଇଛି।

ରବିବାର ଲୋକସେବା ଭବନର କନଭେନସନ ହଲରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନୂତନ ମନ୍ତ୍ରିମଣ୍ଡଳରେ କିଏ ସାମିଲ ହେବେ ଏବଂ କାହାକୁ ସଂଗଠନ ଦାୟିତ୍ବ ଦିଆଯିବ ତାହା ଏବେ ଯାଏଁ ଜଣାପଡିନାହିଁ। ମନ୍ତ୍ରିମଣ୍ଡଳରେ ୧୦ରୁ ୧୨ ଜଣ ନୂଆ ମୁହଁ ସାମିଲ ହେବାକୁ ଥିବା ବେଳେ ଅନ୍ୟ ମନ୍ତ୍ରୀ ମାନଙ୍କ ବିଭାଗ ପରିବର୍ତ୍ତନ ହେବ।

ଅନ୍ୟପଟେ ମନ୍ତ୍ରୀ ହେବାକୁ ଆଶାୟୀ ଥିବା ନେତାଙ୍କ ଶିବିର ତତ୍ପର ହୋଇ ଉଠିଛନ୍ତି। ଖାସ୍ କରି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ଗଠନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।

Share

Leave a Reply