ଅଲ ଓଡ଼ିଶା ନାଇଟ୍‌ କ୍ରିକେଟ୍‌ ପ୍ରତିଯୋଗିତା, ୨୬ ରେ ଫାଇନାଲ୍ ମ୍ୟାଚ୍

You are currently viewing ଅଲ ଓଡ଼ିଶା ନାଇଟ୍‌ କ୍ରିକେଟ୍‌ ପ୍ରତିଯୋଗିତା, ୨୬ ରେ ଫାଇନାଲ୍ ମ୍ୟାଚ୍

ଅନୁଗୁଳ: ସ୍ଥାନୀୟ ବିଜୁ ମଇଦାନରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ଅଲ ଓଡ଼ିଶା ନାଇଟ୍‌ କ୍ରିକେଟ୍‌ ପ୍ରତିଯୋଗିତା। ଫ୍ଲଡ୍‌ ଲାଇଟ୍‌ରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବଛାବଛା ୮ଟି ଦଳ ଭାଗ ନେବେ।
ଏ ଅବସରରେ ୨୪ ଓ ୨୫ ତାରିଖ ସନ୍ଧ୍ୟାରେ ୩ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ଆସନ୍ତା ୨୬ ତାରିଖରେ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ଅନୁଗୁଳ ରୟାଲ ମାଷ୍ଟର୍ସ କ୍ଲବ୍‌ ପକ୍ଷରୁ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲାବେଳେ ଏଥିରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ମିଳିବ। ଏହି ପ୍ରତିଯୋଗିତାକୁ ଆସି ଉପଭୋଗ କରିବାକୁ ଜିଲ୍ଲାବାସୀଙ୍କୁ କ୍ଲବ୍‌ର ସଭାପତି କମଳାକାନ୍ତ ସାହୁ, ଉପସଭାପତି ସୌମ୍ୟରଂଜନ ସାହୁ, ସଂପାଦକ ଆଦର୍ଶ ସାହୁ, ଓ ସହ ସଂପାଦକ ଚନ୍ଦନ କୁମାର ସାହୁ ଅନୁରୋଧ କରିଛନ୍ତି।

Share

Leave a Reply