ଭୁବନେଶ୍ବର: ଏଫ୍ ଏମ୍ ମହାବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତି ଜୋର୍ ଧରିଥିବା ବେଳେ କଂଗ୍ରେସ ପକ୍ଷରୁ ଆସନ୍ତା କାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।
ଏହାକୁ ଦୃଷ୍ଟିରେ ରଖି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ରାଜ୍ୟ ପେଟ୍ରୋଲ ଡିଲର ସଂଘ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଆସୋସିଏସନ ନୀତିଗତ ଭାବରେ ନିଷ୍ପତ୍ତି ନେଇଛି। ବ୍ୟବସାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବ। ୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଉର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।