ପ୍ରେମ କରିବା ବାହାନାରେ ରାଜ୍ଯ ବାହାରକୁ ନାବାଳିକା ଚାଲାଣ ଅଭିଯୋଗ, ୬ ଗିରଫ

You are currently viewing ପ୍ରେମ କରିବା ବାହାନାରେ ରାଜ୍ଯ ବାହାରକୁ ନାବାଳିକା ଚାଲାଣ ଅଭିଯୋଗ, ୬ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟାଉନ ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରି ବାହାର ରାଜ୍ଯକୁ ଚାଲାଣ ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ଜଣେ ନାବାଳିକାକୁ ତାଙ୍କ ଗାଁର ଜଣେ ଯୁବକ ଭଲ ପାଉଥିଲେ। କିନ୍ତୁ ବିବାହ ବୟସ ହୋଇ ନ ଥିବା ଯୋଗୁଁ ଉଭୟଙ୍କ ବିବାହ ହୋଇ ପାରୁ ନଥିଲା। ତେବେ କିଛି ଦିନ ତଳେ ନାବାଳିକା ଜଣଙ୍କ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ନାବାଳିକାଙ୍କ ସଂସ୍ପର୍ଶରେ ରେଙ୍ଗାଳି ଥାନା ଅଞ୍ଚଳର ସରସ୍ୱତୀ ଗୋଚ୍ଛାୟତ ଓ କୁଣ୍ଢେଇଗୋଳା ଥାନା ଉଟୁଣିଆ ଗାଁର ପ୍ରୀତି ନାଏକ ଆସିଥିଲେ। ସେଠାରେ ନାବାଳିକା ଜଣଙ୍କ ତାର ପ୍ରେମ କାହାଣୀ ଆଉ ବିବାହ କରି ପାରୁ ନଥିବାର ଦୁଃଖ ବଖାଣିଥିଲା। ନାବାଳିକାଙ୍କ କଥା ଶୁଣି ପ୍ରୀତି ଓ ସରସ୍ୱତୀ ତାକୁ ଆଶ୍ୱାସନା ଦେବା ସହ ତାର ବିବାହ କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ। ଆଉ କିଛିଦିନ ପରେ ସରସ୍ୱତୀ ଓ ପ୍ରୀତି, ନାବାଳିକାକୁ ଭୁବନେଶ୍ୱର ନେଇ ଯାଇଥିଲେ। ଆଉ ଏଥିରେ ତାଙ୍କୁ ସହଯୋଗ କରିଥିଲେ ପ୍ରୀତିଙ୍କ ସ୍ୱାମୀ ମହେଶ୍ୱର ନାଏକ, ଡ୍ରାଇଭର ଜିତେନ୍ଦ୍ର ମୁଖି, ରେଙ୍ଗାଳିର ପୂଜାରିଣୀ ଚୌଧୁରୀ। ଏମାନେ ନାବାଳିକା ଜଣଙ୍କୁ ପ୍ରେମିକ ସହାୟତାରେ ପ୍ରଥମେ ଭୁବନେଶ୍ୱର ଓ ପରେ ମଧ୍ଯ ପ୍ରଦେଶ ନେଇ ସେଠାରେ ଏକ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇ ପଳାଇ ଆସିଥିଲେ।

ତେବେ ପରେ ନାବାଳିକାଙ୍କ ବାପା ଝିଅ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିଲା। ତଦନ୍ତ ବେଳେ ପ୍ରଥମେ ପ୍ରେମିକ ପାଖରେ ପହଞ୍ଚି ନାବାଳିକାଙ୍କୁ ଚାଲାଣ କରାଯାଇଥିବା ଜାଣିବା ସହ ମୁଖ୍ଯ ଅଭିଯୁକ୍ତ ପ୍ରୀତି ଓ ତାର ସ୍ୱାମୀ ମହେଶ୍ୱର ନାଏକ ଏହି ମାନବ ଚାଲାଣର ମୁଖ୍ଯ ଅଭିଯୁକ୍ତ ଜାଣି ଗିରଫ କରିଥିଲା। ପରେ ଅନ୍ଯ ୪ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ଟାଉନ ଥାନା ପୋଲିସ।

Share

Leave a Reply