ଅନୁଗୁଳ : ସଂଘକୁ ମିଳୁଥିବା ଅର୍ଥ ହେରଫେର ହେଉଥିବା ଅଭିଯୋଗରେ ଆଜି ସ୍ଥାନୀୟ ବଲଙ୍ଗ ପଞ୍ଚାୟତର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି।
ମହିଳାଙ୍କ ଅଭିଯୋଗ ହେଉଛି, ସରକାରଙ୍କ ପକ୍ଷରୁ ସଂଘଗୁଡ଼ିକୁ ଆସୁଥିବା ଅର୍ଥରାଶି ହେରଫେର ହେଉଛି। ବଲଙ୍ଗ ପଞ୍ଚାୟତର ସଂଘମାନଙ୍କର ଉପରିସ୍ଥ ଭାରପ୍ରାପ୍ତ ଅଧିକାରୀ ସଠିକ ଭାବରେ ପଥ ପ୍ରଦର୍ଶନ କରାଉନାହାନ୍ତି। ହିସାବ ମାଗିଲେ ବିଭିନ୍ନ କଥା କହି ଭୁଆଁ ବୁଲାଉଛନ୍ତି। ସଂଘର ମହିଳାମାନେ ବାର୍ଷିକ ହିସାବ ଓ ମାସିକ ହିସାବ ଠିକ ଭାବରେ ପାଇଁ ପାରୁ ନଥିବାରୁ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏହି ଘଟଣା ବିଷୟରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳା ମାନେ ଦାବି କରିଥିବା କହିଛନ୍ତି।