ଅନୁଗୁଳ:ଅନୁଗୁଳ ସହରରେ ୧୮ରୁ ଅଧିକ ବିୟୁଟି ପାର୍ଲର ରହିଛି। ୫୦ରୁ ଊର୍ଦ୍ଧ୍ବ ମହିଳା କର୍ମଚାରୀ କାମ କରି ନିଜ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି । ମାତ୍ର କରୋନା କଟକଣା ପାଇଁ ୧୮ ମାସ ହେଲା ଠପ୍ ହୋଇଯାଇଛି ବିୟୁଟି ଇଣ୍ଡଷ୍ଟ୍ରିଜ୍। ବିୟୁଟି ପାର୍ଲର ମାଲିକମାନେ ଋଣ କରି ବେପାର କରୁଥିବା ବେଳେ ବେପାର ବନ୍ଦ ଯୋଗୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଡ଼ମ୍ବନାର ବିଷୟ, ନାନା ସମସ୍ୟା ମଧ୍ୟରେ ସେମାନଙ୍କୁ ସରକାରୀ ସହାୟତା ଟିକିଏ ମଧ୍ୟ ମିଳିନି।କଟକଣା କୋହଳ ହୋଇଥିବା ବେଳେ ବିୟୁଟି ପାର୍ଲର ମଧ୍ୟ ଖୋଲିବାକୁ ଅନୁମତି ଦେବାକୁ ସେମାନେ ନିବେଦନ କରିଛନ୍ତି।ସେହିପରି ସୀମିତ କର୍ମଚାରୀଙ୍କୁ ନେଇ କୋଭିଡ୍ କଟକଣାକୁ ମାନି ସେମାନଙ୍କୁ ଜୀବିକା ନିର୍ବାହ ପାଇଁ ଅନୁମତି ମିଳୁ।ପାର୍ଲର ଓ ସାଲୁନ୍କୁ ଭଲ ଭାବରେ ସାନିଟାଇଜ କରାଯିବ, ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କୁ କ୍ୟାପ୍, ମାସ୍କ, ଗ୍ଲୋଭ, ଆପ୍ରୋନ୍ ଓ ପିପିଇ କିଟ୍ ଯୋଗାଇ ଦିଆଯିବ, କର୍ମଚାରୀ ଓ ଗ୍ରାହକଙ୍କ ତାପମାତ୍ରା ମାପିବା ପରେ ସେମାନଙ୍କୁ ଅନୁମତି ମିଳିବ, ସାମାଜିକ ଦୂରତ୍ଵକୁ କଡ଼ାକଡ଼ି ପାଳନ କରାଯିବ ଓ ଡିଜିଟାଲ୍ ପେମେଣ୍ଟ ର ବ୍ୟବସ୍ଥା କରି ସମସ୍ତ କରୋନା ସତର୍କତାକୁ ପାଳନ କରାଯିବ ବୋଲି ବିୟୁଟି ପାଲର ସଂଘ ପ୍ରତିଶ୍ରୁତି ଦେଇଛନ୍ତି। କଟକଣା ମଧ୍ୟରେ ବିୟୁଟି ପାର୍ଲର ଖୋଲିବା ନିମିତ୍ତ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଜିଲ୍ଲାପାଳଙ୍କୁ ଦାବିପତ୍ର, ବିୟୁଟି ପାର୍ଲର ଖୋଲିବାକୁ ଅନୁମତି ଦିଅ
- Post published:July 6, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul