ଅନୁଗୁଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୫୫%ରୁ ୫୮%କୁ ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ଜୁଲାଇ ୧, ୨୦୨୫ରୁ ଲାଗୁ ହେବ ଏବଂ ରାଜ୍ୟର ପ୍ରାୟ ୮ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଏହାଦ୍ୱାରା ଉପକୃତ ହେବେ। ଦୀପାବଳି ପୂର୍ବରୁ ଏହି ‘ଭେଟି’ ଘୋଷଣା କର୍ମଚାରୀଙ୍କ ମହଲରେ ଖୁସିର ମାହୋଲ ସୃଷ୍ଟି କରିଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କୃତଜ୍ଞତା ପ୍ରକାଶ କରିଛନ୍ତି।
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ
- Post published:October 17, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


