ଚେନ୍ନାଇରେ ପ୍ରବାସୀ ଓଡ଼ିଆଙ୍କ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ଆମ ଚାଟଶାଳୀର ବାର୍ଷିକୋତ୍ସବ: ଯୋଗ ଦେଲେ ପାଳଲହଡ଼ା ବିଧାୟକ

You are currently viewing ଚେନ୍ନାଇରେ ପ୍ରବାସୀ ଓଡ଼ିଆଙ୍କ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ଆମ ଚାଟଶାଳୀର ବାର୍ଷିକୋତ୍ସବ: ଯୋଗ ଦେଲେ ପାଳଲହଡ଼ା ବିଧାୟକ

ଅନୁଗୁଳ: ରବିବାର ଚେନ୍ନାଇର ମିନାମବାକମ ସ୍ଥିତ ଏଏମ ଜୈନ କଲେଜର ଜ୍ଞାନ ଭବନ ଠାରେ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ଆମ ଚାଟଶାଳୀର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଦିନିକିଆ ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସ୍ୱତନ୍ତ୍ର ମୁଖ୍ୟ ଅତିଥି ରୂପେ ଯାଜପୁର ସାଂସଦ ରବିନାରାୟଣ ବେହେରା, ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ଶିଳ୍ପପତି ଡିମ୍ପଲ ଚୌଧୁରୀ, ମୁଖ୍ୟ ବକ୍ତା ରୂପେ ପ୍ୟାରୀ ଏଣ୍ଟର ପ୍ରାଇଜେସର ସିଇଓ ରଶ୍ମିରଂଜନ ମହାପାତ୍ର ଯୋଗଦେଇଥିଲେ। ସେହିପରି ସ୍ୱତନ୍ତ୍ର ଅତିଥି ଥିଲେ ପାଳଲହଡା ବିଧାୟକ ଅଶୋକ ମହାନ୍ତି। ଶ୍ରୀ ମହାନ୍ତି ଓଡ଼ିଆ ସଂସ୍କୃତି ବିଷୟରେ ଆଲୋକପାତ କରିବା ସହ ପାଳଲହଡ଼ା ପରି ଏକ ଉପାନ୍ତ ଅଞ୍ଚଳର ସାଂସ୍କୃତିକ ପରିଭାଷା ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ପାର୍ଥସାରଥୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply