ମୁମ୍ବାଇ: ଆମାଜନ୍ରେ ଆରମ୍ଭ ହୋଇଛି ‘ପ୍ରାଇମ୍ ଡେ’ ସେଲ୍’। ନୂଆ ସ୍ମାର୍ଟ ଫୋନ୍ କିମ୍ବା ସ୍ମାର୍ଟ ଟିଭି କିଣିବାକୁ ଇଛୁକ ଗ୍ରାହକ ଏହି ସେଲ୍ର ଲାଭ ଉଠାଇ ପାରିବେ। ଆମାଜନରେ ସ୍ମାର୍ଟ ଫୋନ୍, ସ୍ମାର୍ଟ ଟିଭିରୁ ନେଇ ଲାପ୍ଟପ୍ ଓ ଆହୁରି କିଛି ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍ ରହିଛି। ଏହି ସେଲ୍ ୨୦ ଜୁଲାଇରୁ ଆରମ୍ଭ ହୋଇ ୨୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ।
ସେଲ୍ରେ ଆଇଫୋନ ୧୩ ମାତ୍ର ୪୭,୭୯୯ ଟଙ୍କାରେ କିଣିପାରିବେ। ଏହି ମଡେଲ୍ର ପ୍ରକୃତ ଦାମ ହେଉଛି ୫୯,୯୦୦ ଟଙ୍କା। ଏଥିରେ ବ୍ୟାଙ୍କ୍ ଅଫର୍ ଓ ଫ୍ଲାଟ୍ ଡିସ୍କାଉଣ୍ଟ୍ ବି ରହିଛି।
ଏହାଛଡ଼ା ୱାନ୍ପ୍ଲସ୍ର ବିଭିନ୍ନ ସ୍ମାର୍ଟଫୋନ୍କୁ ରିହାତି ସହ କିଣିପାରିବେ। ଏହି ସେଲ୍ରେ ଆପଣ ଶସ୍ତାରେ ସ୍ମାର୍ଟ ଟିଭି ବି କିଣିପାରିବେ। ସେଲ୍ରେ ଆପଣ ୬,୯୯୯ ଟଙ୍କାରୁ ସ୍ମାର୍ଟ ଟିଭି କିଣିପାରିବେ।
ସେହିପରି କିଛି ମଡେଲ୍ ପାଖାପାଖି ଅଧା ଦରରେ ମିଳିଯିବ। ଏହି ସେଲ୍ରେ ଲାପ୍ଟପ୍, ସ୍ମାର୍ଟୱାଚ୍ ଓ ହେଡ୍ଫୋନ୍ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଏଣୁ ଆଉ ଡେରି ନ କରି ଆଜି ହିଁ ଲାଭ ଉଠାନ୍ତୁ।