ତାଳଚେର: ସ୍ଥାନୀୟ ବିକ୍ରମପୁର ସ୍ଥିତ ମୀନାବଜାରରେ ତାଳଚେର ଫର୍ଟିଲାଇଜର ଲିମିଟେଡ୍ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଗୁରୁବାର ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ସୁଧୀର ଖଣ୍ଡା, ଏମ୍.ସି.ଏଲ୍. ସିଷ୍ଟାର ସଭାପତି ଅମରଚାନ୍ଦ ନାଏକ, ସାଧାରଣ ସଂପାଦକ ବ୍ରହ୍ମା ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟର ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ର, ମୁଖ୍ୟ ପ୍ରବନ୍ଧକ ସୁମନ୍ତ ପ୍ରଧାନ ଏବଂ ସି.ଆଇ.ଏସ୍.ଏଫ୍. ଆସିଷ୍ଟାଣ୍ଡ କମାଣ୍ଡୋ କିଶୋର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅନୁଗୁଳ ଏସ୍.ସି/ଏସ୍.ଟି. ମହିଳାସଂଘର ସାଧାରଣ ସମ୍ପାଦିକା ଗୀତା ନାଏକ, ଯୁଗ୍ମ ସମ୍ପାଦିକା ଉର୍ବଶୀ ନାଏକ, ପରିସଂଘର ରାଜ୍ୟ ସମ୍ପାଦିକା କବିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସି.ଆଇ.ଏସ୍.ଏଫ୍. ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ତାଳଚେର ଫର୍ଟିଲାଇଜର ଲିମିଟେଡ୍ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
- Post published:April 15, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul