ଅନୁଗୁଳ: ଆଜି ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଅନୁଗୁଳ ଜିଲ୍ଲା ମାରୱାଡ଼ି ଯୁବ ମଞ୍ଚ କାର୍ଯ୍ୟାଳୟରେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଲିମିଟେଡ଼ ଦ୍ଵାରା ଅନୁମୋଦିତ ଏକ ନୂତନ ଆମ୍ବୁଲାନ୍ସର ଉଦଘାଟନ ହୋଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ସିଏସ୍ଆର୍ ପାଣ୍ଠିରୁ ଏହି ଆମ୍ବୁଲାନ୍ସ ପ୍ରଦାନ କରିଥିଲା। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ରାଜ୍ୟ ସଭାପତି ଗୋବିନ୍ଦ ଅଗ୍ରୱାଲ, ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ, ମାରୱାଡ଼ି ପଞ୍ଚାୟତ ସଭାପତି ରଞ୍ଜିତ ମଣ୍ଡୋଠିଆ, ସଚିବ ଜୟ ଦୟାଲ ଅଗ୍ରୱାଲ, ଉପାଧ୍ୟକ୍ଷ ଦିନେଶ ଅଗ୍ରୱାଲ, ପୁରୁଷୋତ୍ତମ ଅଗ୍ରୱାଲ, ସଦାନନ୍ଦ ପଣ୍ଡା, ସୁକାନ୍ତି ଦାସ, ନଗର ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ, ଅଜିତ ଦ୍ବିବେଦୀ ପ୍ରମୁଖ ଉପସ୍ଥିତଥିଲେ। କାର୍ଯ୍ୟକ୍ରମରେ ଜିତେନ୍ଦ୍ର ଗୁପ୍ତା ସଭାପତିତ୍ବ କରିଥିଲେ। ଏଥିସହ ମୁଆଥାଇ ବକ୍ସିଂରେ ସ୍ଵର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ଖେଳାଳିଙ୍କୁ ଉପ-ବାଚସ୍ପତି ସମ୍ବର୍ଦ୍ଧନା ଜଣାଇଥିଲେ। ଆଗାମୀ ଦିନରେ ମାଲେସିଆରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ମୁଆଥାଇ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଜିଲ୍ଲାର ଖେଳାଳିଙ୍କୁ ୫୧,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା।
1
f600b249-5c54-442c-a949-d6bc81000fab